ଆଜି ପିଏମ ମୋଦୀଙ୍କ ୧୩୦ତମ ‘ମନ କି ବାତ୍’

ନୂଆଦିଲ୍ଲୀ, ୨୫/୦୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ନ ୧୧ଟା ସମୟରେ ଆକାଶବାଣୀର ମନ୍‍ କି ବାତ୍‍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍‍ କୀ ବାତ୍‍ର ୧୩୦ତମ ସଂସ୍କରଣ । ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ କେନ୍ଦ୍ର, ଆକାଶବାଣୀ ସମ୍ବାଦ ୱେବ୍‍ସାଇଟ୍‍ ଓ ନ୍ୟୁଜ୍‍ ଅନ୍‍ ଏ.ଆଇ.ଆର୍‍. ମୋବାଇଲ୍‍ ଆପ୍‍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ ସମ୍ବାଦ, ଡି.ଡି. ନ୍ୟୁଜ୍‍, ପି.ଏମ୍‍.ଓ. ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍‍ ଚ୍ୟାନେଲ୍‍ରେ ମନ୍‍ କୀ ବାତ୍‍ କାର୍ଯ୍ୟକ୍ରମର ଲାଇଭ୍‍ ଷ୍ଟ୍ରିମିଙ୍ଗ୍‍ ହେବ। ପ୍ରଧାନମନ୍ତ୍ରୀଙ୍କର ସମ୍ବୋଧନ ପରେ ଆଞ୍ଚଳିକ ଭାଷାରେ ମନ୍‍ କୀ ବାତ୍‍ ପ୍ରସାରଣ କରାଯିବ। ଆଞ୍ଚଳିକ ଭାଷାରେ ଏହାର ଭାଷାନ୍ତର ପୁଣିଥରେ ରାତି ୮ଟାରେ ପ୍ରସାରଣ କରାଯିବ।