ନୂଆଦିଲ୍ଲୀ,୬/୮: ଜାମ୍ମୁ କାଶ୍ମୀରର ନୂଆ ଉପ ରାଜ୍ୟପାଳ ହେବେ ମନୋଜ ସିହ୍ନା । ରାଷ୍ଟ୍ରପତି ଗିରିଶ ଚନ୍ଦ୍ର ମୁର୍ମୁଙ୍କ ଇସ୍ତଫା ଗ୍ରହଣ କରିଥିବାରୁ ମନୋଜ ସିହ୍ନା ଏବେ ଜାମ୍ମୁ କାଶ୍ମୀରର ନୂଆ ଲେଫ୍ଟନାଣ୍ଟ ଗଭର୍ଣ୍ଣର ହେବେ । ଗତକାଲି ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁ ନିଜ ପଦରୁ ଇସ୍ତଫା ଦେଇଥିଲେ ।
ଗତବର୍ଷ ଅକ୍ଟୋବର ୩୧ରେ ଓଡିଶାର ମୁର୍ମୁ ଜମ୍ମୁ କାଶ୍ଣୀରର ପ୍ରଥମ ଉପରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ। ୨୦୧୯ ଅଗଷ୍ଟରେ ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ କାଶ୍ମୀର ରାଜ୍ୟ ମାନ୍ୟତା ହରାଇଥିଲା। ଏହାପରେ ଜମ୍ମୁ କାଶ୍ମୀରର ପୁନର୍ଗଠନ ହୋଇଥିଲା। ଗତବର୍ଷ ଅକ୍ଟୋବର ୩୧ରେ ଓଡିଶାର ଗିରିଶ ଚନ୍ଦ୍ର ମୁର୍ମୁ ଜମ୍ମୁ କାଶ୍ଣୀରର ପ୍ରଥମ ଉପରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ । ଗତକାଲି ମୁର୍ମୁଙ୍କ ଇସ୍ତଫା ପରେ, ସେ ଦେଶର ପରବର୍ତ୍ତୀ ସିଏଜି ଭାବେ ଅବସ୍ଥାପିତ ହେବେ ବୋଲି ଚର୍ଚ୍ଚା ହେଉଛି ।