ମାଲକାନଗିରି, ୨୮/୯ : ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ହତ୍ୟା କରିଛନ୍ତି ଲାଲ୍ ବାହିନୀ । ଏହି ହତ୍ୟାକାଣ୍ଡ ଗତକାଲି ଘଟିଥିବା ଜଣାପଡିଛି । ମୃତକ ହେଲେ ଜାଙ୍ଗଲା ଗାଁର ବିଜୟ ପସରା ।
ସୂଚନାଯୋଗ୍ୟ ଯେ, ଗତ ୨୫ ତାରିଖ ରାତିରେ ବିଜୟକୁ ଘରୁ ଅପହରଣ କରିନେଇଥିଲେ ମାଓବାଦୀ । ଘଟଣାର ୪ ଦିନ ପରେ ଅର୍ଥାତ ସୋମବାର ଦିନ ଆଦୱାଡା ଜଙ୍ଗଲରୁ ତାଙ୍କ ମୃତଦେହ ମିଳିଛି । ମାଓବାଦୀଙ୍କ ଭୟରେ ପରିବାର ଲୋକେ ଥାନାରେ ଏତଲା ଦେଇନଥିବା ଜଣାପଡିଛି ।