ମାର୍ଗଶୀରରେ ୫ଟି ଉପାୟ.. ପାଳନ କଲେ ହୁଏ ମନସ୍କାମନା ପୂରଣ

ମାର୍ଗଶୀର ମାସର ପୂର୍ଣ୍ଣିମା ମୃଗଶିରା ନକ୍ଷତ୍ରରେ ହୋଇଥିବାରୁ ଏହି ମାସର ନାମ ମାର୍ଗଶୀର ବୋଲି ମାନ୍ୟତା ରହିଛି । ଏହି ମାସଟିରେ ମୁଖ୍ୟତଃ ମା’ଲକ୍ଷ୍ମୀଙ୍କର ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଇଥାଏ । ମା’ଙ୍କୁ ପୂଜାର୍ଚ୍ଚନା ଦ୍ୱାରା କୃପା ସହ ଧନସମ୍ପତ୍ତି, ସୁଖସମୃଦ୍ଧି ଆଦି ପ୍ରାପ୍ତି ହୋଇଥାଏ । ତେବେ ଏହି ମାସରେ ମା’ଲକ୍ଷ୍ମୀଙ୍କ ପୂଜା ସହ ପ୍ରଭୁ ଶ୍ରୀକୃଷ୍ଣଙ୍କର ମଧ୍ୟ ପୂଜାର୍ଚ୍ଚନା କରିବା ଦ୍ୱାରା ବିଶେଷ ଲାଭ ମିଳିଥାଏ ।

ଯେଉଁଭଳି ଶ୍ରାବଣ ମାସ ଭଗବାନ ଶଙ୍କରଙ୍କ ପ୍ରିୟ ମାସ ସେଭଳି ମାର୍ଗଶୀର ମାସ ପ୍ରଭୁ ଶ୍ରୀକୃଷ୍ଣଙ୍କର ପ୍ରିୟ ମାସ ।

ଏହି ମାସରେ ପ୍ରଭୁଙ୍କ ପୂଜା କରିବା ଦ୍ୱାରା ସମସ୍ତ ପ୍ରକାର ମନସ୍କାମନା ପୂରଣ ହୋଇଥାଏ ।

ପ୍ରଭୁଙ୍କ ବିଶେଷ କୃପା ପାଇଁ ନଦୀରେ ସ୍ନାନ କରିପାରିବେ ।

ସ୍ନାନ ଜଳରେ ପୁଣ୍ୟ ନଦୀର ଜଳ ମିଶାଇ ସ୍ନାନ କରିପାରିବେ ।

ଏହି ମାସରେ ଶ୍ରୀକୃଷ୍ଣ ସାରା ସଂସାରକୁ ଗୀତାର ଉପଦେଶ ପ୍ରଦାନ କରିଥିଲେ । ତେଣୁ ଏହି ମାସରେ ଗୀତା ପାଠ କରିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ ।

ଏହି ମାସରେ ଭଗବାନ ବିଷ୍ଣୁ କିମ୍ବା ଶ୍ରୀକୃଷ୍ଣଙ୍କ ମନ୍ତ୍ରର ନିୟମିତ ଜପ କରନ୍ତୁ ।

ଏହି ମାସରେ ପ୍ରତ୍ୟେକ ଦିନ ସକାଳେ ସ୍ନାନ କରି ପୂଜାର୍ଚ୍ଚନା ସମୟରେ ଦୀପ ନିଶ୍ଚୟ ଲଗାନ୍ତୁ ।

SBI_Festive_Digital Billboard