ଭୁବନେଶ୍ୱର, ୨୪/୦୩ : ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ପୁଣି ବିପୁଳ ପରିମାଣରେ ମାରିଜୁଆନା ଜବତ ହୋଇଛି । ଜବତ ମାରିଜୁଆନାର ବଜାର ମୂଲ୍ୟ ୬ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏହା ସହିତ ଦୁଇ ଜଣ ଯାତ୍ରୀଙ୍କୁ ଅଟକ ରଖାଯାଇଛି । ଡିଆରଆଇ ଭୁବନେଶ୍ୱର ଏୟାରପୋର୍ଟରୁ ୬ କୋଟି ଟଙ୍କାର ମାରିଜୁଆନା ଜବତ କରିଛି । ବ୍ୟାଙ୍କକରୁ ଭୁବନେଶ୍ୱର ଚାଲାଣ କରାଯାଉଥିଲା ବୋଲି ଜଣାପଡ଼ିଛି । ଦୁଇ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ଜେରା କରାଯାଉଛି । ସେମାନେ ବ୍ୟାଙ୍କକରୁ ଭୁବନେଶ୍ୱର ବ୍ୟାଗରେ ଭର୍ତ୍ତି କରି ମାରିଜୁଆନା ଆଣୁଥିବାବେଳେ କଷ୍ଟମ ବିଭାଗ ଧରିଥିଲା ।