ବାହାଘର ଶୋଭାଯାତ୍ରା ଉପରୁ ଉଠିଲା କଟକଣା

ଭୁବନେଶ୍ବର,୧୨ /୧ : ବାହାଘର ଶୋଭାଯାତ୍ରା ପାଇଁ ଉଠିଲା କଟକଣା। ଏଣିକି ବାହାଘର ଶୋଭାଯାତ୍ରାରେ ଯାଇପାରିବେ ବରଯାତ୍ରୀ । ବାଜା, ବାଣ, ନୃତ୍ୟଗୀତ ଓ ସାଙ୍ଗସାଥୀ ଓ ବନ୍ଧୁ ପରିଜନ ଶୋଭାଯାତ୍ରାରେ ସାମିଲ ହୋଇପାରିବେ । ତେବେ ପୂର୍ବଭଳି ବାହାଘର କାର୍ଯ୍ୟକ୍ରମରେ ମାତ୍ର ୨୦୦ଜଣ ବନ୍ଧୁ ପରିଜନ ଯୋଗଦେଇ ପାରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ବାହାଘର ଓ ଅନ୍ତିମ ସଂସ୍କାର ନେଇ ପୂର୍ବରୁ ଜାରି କରାଯାଇଥିବା ଗାଇଡଲାଇନରେ କେତେକ ପରିବର୍ତ୍ତନ କରାଯାଇଛି। ଏ ନେଇ ସ୍ଵତନ୍ତ୍ର ରିଲିଫ୍ କମିସନର୍ ତଥା ଅତିରକ୍ତ ଶାସନ ସଚିବ ପ୍ରଦୀପ ଜେନା ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି।