ମାର୍ଶାଘାଇ,୪ /୨: କେନ୍ଦ୍ରାପଡା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଟୁବିହୁଡା ଗ୍ରାମର କୈଳାଶ ବେହେରାଙ୍କ ଘରକୁ ଶୁଦ୍ଧ କ୍ରିୟା ପାଇଁ ଅଟାବୁହା ଗ୍ରାମସ୍ଥ ତାଙ୍କର ଭଉଣୀ ଓ ୮ ବର୍ଷର ଭଣଜା ପାପୁନି ଦଳାଇ ଆସିଥିଲେ । ମା ଙ୍କ ମା (ଆଈ ) ର ଶୁଦ୍ଧିକ୍ରିୟା ପାଇଁ ପାପୁନି ଓ ତାଙ୍କ ମା ଦୁହେଁ ମାମୁଁଙ୍କ ଘରେ ଥିବା ବେଳେ ବୁଧବାର ଦିନ ସଂଧ୍ୟାରେ ପପୁନି ତାଙ୍କର ମାମୁଁଙ୍କ ଗାଁର ସାଙ୍ଗସାଥିଙ୍କ ସହିତ ଲୁଚକାଳି ଖେଳୁଥିଲା । ଲୁଚକାଳି ଖେଳୁଖେଳୁ ପାପୁନି ମାମୁଁଘର ପାଖ ଏକ ଅଙ୍ଗନବାଡି ଘରମଧ୍ୟରେ ଲୁଚିବାକୁ ଚାଲିଯାଇ ଆଉ ଫେରିନଥିଲେ । ଚାରିଆଡେ ଖୋଜାଖୋଜି କରିବାରୁ ପାପୁନିର ପତ୍ତା ମିଳିନଥିଲା । ଶେଷରେ ମାମୁଁଘର ଲୋକେ ବହୁ ଖୋଜlଖୋଜି କରି ଅଙ୍ଗନବାଡି ଘରେ ପାପୁନିକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରିଥିଲେ ।ଏପରିକି ରକ୍ତାକ୍ତ ବ୍ଲେଡଟି ଅଙ୍ଗନ ବାଡ଼ି ଘରୁ ମିଳିଥିବାର ଜଣାପଡିଛି । ସେପଟେ ପାପୁନିର ବେକରେ ୩ଟି ସ୍ଥାନରେ କଟା ଦାଗ ଥିବାବେଳେ ତାଙ୍କର ହାତର ଆଙ୍ଗୁଠିକୁ କେହି ଛେଚି ରକ୍ତାକ୍ତ କରି ଛାଡିଦେଇ ଚାଲିଯାଇଥିବା ସନ୍ଦେହ କରାଯାଉଛି । ଏନେଇ ମାମୁଁଘର ଲୋକେ ଗୁରୁତର ଶିଶୁଟିକୁ ମାର୍ଶାଘାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଏଭଳି ଅମାନବୀୟ କାଣ୍ଡର ସଠିକ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । କିଏ କାହିଁକି ଏଭଳି କାଣ୍ଡ ଘଟାଇଛି ।

ଏପରି ଲୋମଟାଙ୍କୁରା ଘଟଣା ଏବେ ସ୍ଥାନୀୟ ଅଂଚଳ ତଥା କେନ୍ଦ୍ରାପଡ଼ା ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ବର୍ତ୍ତମାନ ଚାରିଆଡେ ପିଲାଚୋରଙ୍କ ମିଛ ଆତଙ୍କ ସୃଷ୍ଟି ହୋଇଥିବାବେଳେ, ଏହା ଏକ ପିଲାଚୋରର କାଣ୍ଡ ବୋଲି ମଧ୍ୟ ଆଲୋଚନା ଜୋର ଧରିଛି । କେନ୍ଦ୍ରାପଡା ସଦରଥାନା ପୋଲିସ ଘଟଣାରେ ତଦନ୍ତ କରୁଛି ।