କେନ୍ଦ୍ରାପଡା,୨୭/୯: କେନ୍ଦ୍ରାପଡା ବ୍ଲକରେ ସୋମବାର ଦିନ ୨୦ଟି ମସକ୍ୟୁଟ ଫୋଗର ପହଂଚିଥିବାର ଜଣାପଡିଛି l ସରକାରଙ୍କ ତରଫରୁ ସମ୍ପୃକ୍ତ ବ୍ଲକର ବିଭିନ୍ନ ପଂଚାୟତରେ ପାଣିଘେରଅଂଚଳରେ ରହୁଥିବା ଲୋକମାନଙ୍କ ହିତାର୍ଥେ ସରକାର ଏହି ବ୍ୟବସ୍ଥା କରିଛନ୍ତି l ଯାହାକି ମଶା ଘଉଡ଼େଇବାରେ ବେଶ ଫଳପ୍ରଦ ହେବ ବୋଲି ଜଣାପଡିଛି l ସରକାର ମଶା ଉପଦ୍ରଵ ଅଂଚଳରେ ମଶା ଙ୍କ ଦାଉରୁ ସୁରକ୍ଷିତ ରହିବା ନେଇ ବିଭିନ୍ନ ପ୍ରଚାର ପ୍ରସାର କରୁଥିଲେ l ଏପରିକି ଗାଁ କଲ୍ୟାଣ ସମିତି ତଥା ସାମାଜିକ ସଂଗଠନ ଜରିଆରେ ମଶାରୀ ଆବଣ୍ଟନ ଓ ବ୍ୟବହୃତ ମଶାରୀ କୁ ଔଷଧ ରେ ବିଶୋଧି କରଣ କରିବାର ପ୍ରୟାସ ଜାରି ରଖିଥିଲେ l
ସର୍ବୋପରି ସରକାରଙ୍କ ବିଭିନ୍ନ କାର୍ଯ୍ୟ କ୍ରମ ପରେ ମଶାଘଉଡ଼େଇବା କାର୍ଯ୍ୟକୁ ଆବୋରି ନେଉଛନ୍ତି l ଜନ ମଙ୍ଗଳ ରାଷ୍ଟ୍ରରେ ଜନତାଙ୍କ ମଙ୍ଗଳ ହିଁ ସରକାରୀ କଳର କାର୍ଯ୍ୟ l ଏହି ଭାବେ କେନ୍ଦ୍ରାପଡା ଜିଲ୍ଲା ସଦର କେନ୍ଦ୍ରାପଡା ବ୍ଲକରେ ଫୋଗର ପହଂଚିବା ପରେ ସାଧାରଣରେ ଆଲୋଚନା ହେଉଛି l ତେବେ ମସକ୍ୟୁଟ ଫୋଗର କଣ ସମ୍ପୃକ୍ତ ବ୍ଲକର ସମସ୍ତ ପଂଚାୟତରେ ଉପଲବ୍ଧ ହେବ ନା କିଛି ପଂଚାୟତରେ ସୀମିତ ରହିବ ଏନେଉ ପ୍ରଶ୍ନ ଉଠୁଛି l ଆହୁରି ମଧ୍ୟ ଏହି ସୁବିଧା କଣ ଜିଲ୍ଲାର ସଦର ବ୍ଲକରେ ସୀମିତ ରହିବ ନା ସମସ୍ତ ବ୍ଲକକୁ ପ୍ରସାରିତ ହେବ ଦେଖିବାକୁ ବାକି ରହିଲା l