ଭୁବନେଶ୍ୱର, ୧୨/୦୩ : ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ୨ଦିନରେ ୧୯୦ଟି ବିବାହ କରାଇବେ ସରକାର । ଆଜି ଓ ଆସନ୍ତାକାଲି ଦୁଇ ଦିନ ଏହି ବିବାହ ଉତ୍ସବ ଆୟୋଜିତ ହେବ । ଆଜି କଟକରେ ଆୟୋଜିତ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ସମୂହ ବିବାହ କାର୍ଯ୍ୟକ୍ରମ । କଟକରେ ୫୦ ଜଣଙ୍କର ବିବାହ ଆୟୋଜିତ ହେବ । ସକାଳ ୧୦ଟାରେ ଆୟୋଜିତ ହେବ କାର୍ଯ୍ୟକ୍ରମ । ଆସନ୍ତାକାଲି ବାଲେଶ୍ୱରରେ ୪୦ଟି, ମୟୂରଭଞ୍ଜରେ ୫୦ ଓ ସୁନ୍ଦରଗଡ଼ରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ୫୦ଟି ବିବାହ କରାଇବେ ରାଜ୍ୟ ସରକାର ।