ଭୁବନେଶ୍ୱର ମାର୍କେଟ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର, ୨୪/୦୨ : ଗତକାଲି ରାତିରୁ ଲାଗିଛି ନିଆଁ । ଦୀର୍ଘ ୧୦ ଘଣ୍ଟା ପରେ ମଧ୍ୟ ଆୟତ୍ତ ହୋଇପାରିନି। ଭୁବନେଶ୍ବର ଶିଶୁପାଳଗଡ ନୂଆଗାଁ ମା’ ତାରିଣୀ ବସ୍ତ୍ରାଳୟ ପଛପଟ ମାର୍କେଟ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ । ଜଳିଯାଇଛି ପ୍ଲାଷ୍ଟିକ ସାମଗ୍ରୀ ଓ କପଡ଼ା ଆଇଟମ। ପୋଡ଼ି ପାଉଁଶ ହୋଇଛି ଲକ୍ଷାଧିକ ଟଙ୍କାର ସାମଗ୍ରୀ । ରାସ୍ତା ଉପରେ ଥିବା ସୁପର ମାର୍କେଟର ତୃତୀୟ ମହଲାରେ ଲାଗିଛି ନିଆଁ। ହୁତ୍ ହୁତ୍ ହୋଇ ଜଳିଯାଇଥିଲା ଦୋକାନ ଭିତରେ ଥିବା ସାମଗ୍ରୀ। ତୃତୀୟ ମହଲାରେ ଥିବା ଅନେକ ପ୍ଲାଏ, ପ୍ଲାଷ୍ଟିକ ଓ କପଡ଼ା ଯୋଗୁଁ ନିଆଁ ଭୟାନକ ରୂପ ନେଇଥିଲା। ସର୍ଟ ସର୍କିଟ ରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛି। ପାଣି ଦ୍ଵାରା ନୁହେଁ, ଫୋମ ଦ୍ଵାରା ନିଆଁକୁ ଆୟତ କରାଯିବ । ନିଆଁକୁ ଆୟତ କରିବା ବର୍ତ୍ତମାନ ସମ୍ଭବ ହେଉନାହିଁ । ତେଣୁ ଫୋମର ସହାୟତା ନିଆଯିବ । ଅଗ୍ନିଶମ ଗାଡ଼ି ସମ୍ପୂର୍ଣ ଭାବରେ ମହଜୁଦ ଅଛି । ପାଣି ଦ୍ଵାରା ନିଆଁ ଲିଭିଭା ସମ୍ଭବ ହେଉ ନାହିଁ ।