ନୂଆଦିଲ୍ଲୀ, ୦୮/୧୦ : ହିମାଚଳ ପ୍ରଦେଶରେ ଘଟିଛି ବଡ ଧରଣର ଭୂସ୍ଖଳନ । ରାସ୍ତାରେ ଯାଉଥିବା ବସ ଉପରେ ଖସିଲା ମାଟି ଅତଡ଼ା । ଏଥିରେ ୧୮ଜଣ ବସ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ମରୋତ୍ତମରୁ ଘୁମାରିୱିନ ଯାଉଥିବା ବେସରକାରୀ ବସଟି ଭୂସ୍ଖଳନର ଶିକାର ହୋଇଛି । ଗତକାଲି ସନ୍ଧ୍ୟା ପ୍ରାୟ ସାଢେ ୬ଟା ବେଳେ ଏହି ଅଘଟଣ ଘଟିଛି । ୩ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ମେଡିକାଲ ସ୍ଥାନାନ୍ତର କରାଯାଇଛି । ବସରେ ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରୁଛି ସୁରକ୍ଷାକର୍ମୀ ଓ ଉଦ୍ଧାରକାରୀ ଦଳ । ଆଗକୁ ମୃତ୍ୟ ସଂଖ୍ୟା ବଢିବାର ଅନୁମାନ କରାଯାଉଛି । ଜେସିବି ସହାୟତାରେ ମାଟି ଓ ପଥର ହଟାଇ ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରାଯାଉଛି । ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତଙ୍କ ପରିବାରକୁ ୨ ଲକ୍ଷ ଏବଂ ଆହତଙ୍କୁ ୫୦ ହଜାରର ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହିମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ମଧ୍ୟ ଗଭୀର ଶୋକବ୍ୟକ୍ତ କରିବା ସହ ଉଦ୍ଧାରକାର୍ଯ୍ୟ ଜୋରଦାର କରିବାରୁ ନିର୍ଦ୍ଦେଶ ଦେଇଛନ୍ତି ।
