ଓଏଏସ୍ ସ୍ତରରେ ବ୍ୟାପକ ଅଦଳବଦଳ

ଭୁବନେଶ୍ୱର, ୨୭/୦୮ : ରାଜ୍ୟ ସରକାରଙ୍କ ପକ୍ଷରୁ ଓଏଏସ୍ ଅଧିକାରୀସ୍ତରରେ ବ୍ୟାପକ ଅଦଳବଦଳ କରାଯାଇଛି। ନଗର ଉନ୍ନୟନ ବିଭାଗର ସହରାଞ୍ଚଳ ନିର୍ଦ୍ଦେଶକ ତଥା ସ୍ବତନ୍ତ୍ର ସଚିବ ଗଙ୍ଗାଧର ନାୟକଙ୍କୁ ଓଡ଼ିଶା ଅର୍ବାନ ହାଉସିଂ ବୋର୍ଡର ପରିଚାଳନା ନିର୍ଦ୍ଦେଶକ ଏବଂ ଓଡ଼ିଶା ରୁରାଲ ହାଉସିଂ ଆଣ୍ଡ ଡେଭଲପମେଣ୍ଟ କର୍ପୋରେଶନର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ସେହିପରି ବରିଷ୍ଠ ଓଏଏସ୍ ଅଧିକାରୀ ଶୁଭାନନ୍ଦ ମହାପାତ୍ରଙ୍କୁ ସହରାଞ୍ଚଳ ନିର୍ଦ୍ଦେଶକ ସହିତ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ କରାଯାଇଥିବା ବେଳେ ରଜନୀ କାନ୍ତ ସ୍ବାଇଁଙ୍କୁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ସଚିବ, ବିଷ୍ଣୁପ୍ରିୟା ସାହୁଙ୍କୁ ସମବାୟ ବିଭାଗ ଅତିରିକ୍ତ ସଚିବ, ଅଶୋକ କୁମାର ବେହୁରିଆଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗ ଅତିରିକ୍ତ ସଚିବ, ଗାୟତ୍ରୀ ଦତ୍ତ ନାୟକଙ୍କୁ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଯୁଗ୍ମସଚିବ, ଦୁର୍ଯ୍ୟୋଧନ ଭୋଇଙ୍କୁ କଳାହାଣ୍ଡି ଜିଲାପରିଷଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ଏହାସହିତ ଚନ୍ଦ୍ରକାନ୍ତ ମଲ୍ଲିକଙ୍କୁ ଓକାକ୍ର ଓଏସ୍ଡି ଭାବେ ବଦଳି କରାଯାଇଥିବାବେଳେ ରାଜ୍ୟ ପଛୁଆବର୍ଗ ଉପନିର୍ଦ୍ଦେଶକ ସରୋଜ କୁମାର ପଣ୍ଡାଙ୍କୁ ଜଳସମ୍ପଦ ବିଭାଗର ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ ଦାୟିତ୍ୱ ପ୍ରଦାନ କରାଯାଇଛି।

SBI_Festive_Digital Billboard