ଭୁବନେଶ୍ୱର,୩୧/୮: ପବିତ୍ର ନନ୍ଦଉତ୍ସବ ଅବସରରେ ପୁରୁଣା ଭୁବନେଶ୍ୱର ସାର୍ବଜନୀନ ଦୁର୍ଗାପୂଜା କମିଟି, ହାଟସାହିର ଶାରଦୀୟ ଦୁର୍ଗାପୂଜା ନିମନ୍ତେ ମାଟି ଅନୁକୂଳ କରାଯାଇଛି। କୋଭିଡ କଟକଣା ମଧ୍ୟରେ କେବଳ ଘଣ୍ଟ ଓ ଶଙ୍ଖ ଧ୍ୱନି ସହ ଏକ ନିରାଡ଼ମ୍ବର ଶୋଭାଯାତ୍ରାରେ କମିଟିର ସଭାପତି ଶ୍ରୀ ପ୍ରସନ୍ନ ରଥ, ସମ୍ପାଦକ ଶ୍ରୀ ରାଜେନ୍ଦ୍ର ସମର୍ଥା, ପୂଜାର କର୍ତ୍ତା, ପୂଜକ, ବାରିକ ଓ ସାହିର ମୁରବିମାନେ ଅପରାହ୍ନ ୪ଟା ସମୟରେ ଦୟାନଦୀ ପଠାକୁ ଯାଇ ଏହାକୁ ସମ୍ପାଦନା କରିଛନ୍ତି। ହାଟସାହିର ଏହି ମାଟି ଅନୁକୂଳ ଅବସରରେ ଶ୍ରୀ ହରିହର ସମର୍ଥା, ଶ୍ରୀ ସୁକାନ୍ତ ମହାପାତ୍ର, ଶ୍ରୀ ଗୌରପ୍ରସାଦ ମହାନ୍ତି, ଶ୍ରୀ କାଳନ୍ଦୀ ମହାରଣା, ଶ୍ରୀ ରାଜେଶ ମହାପାତ୍ର, ଶ୍ରୀ ବିଜୟ ମହାପାତ୍ର, ଶ୍ରୀ ବିକାଶ ସାହୁ ଓ ସୁଶାନ୍ତ ସାହୁ ଆଦି ସାହିମୁରବିମାନେ ଏହାକୁ ସହଯୋଗ କରିଥିଲେ ଓ ଦୁର୍ଗାପୂଜାରେ କୋଭିଡ କଟକଣାକୁ ପ୍ରାଧାନ୍ୟ ଦିଆଯିବାକୁ ନିଷ୍ପତି ନେଇଛନ୍ତି।