ଭୁବନେଶ୍ବର,୮/୨: ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ପ୍ରକାଶ କଲା ମାଟ୍ରିକ ପରୀକ୍ଷା ସୂଚୀ। କରୋନା କଟକଣା ପରେ ଆଶଙ୍କାରେ ଥିବା ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା । ମେ’ ୩ ତରିଖରେ ଓଡିଆ, ୫ ରେ ଇଂରାଜୀ , ୭ରେ ହିନ୍ଦୀ ଏବଂ ୮ ରେ ସସ୍କୃତ ପରୀକ୍ଷା ହେବ। ମେ ୯ ତାରିଖରେ ଭର୍ଚୁଆଲ ଆକ୍ଟ ( ପ୍ରାକ୍ଟିକାଲ) ହେବ। ସେହିପରି ମେ ୧୦ ତାରିଖରେ ଗଣିତ , ମେ’ ୧୨ରେ ବିଜ୍ଞାନ ଏବଂ ୧୫ ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ । କେବଳ ଗଣିତ ପରୀକ୍ଷା ପାଇଁ ଅଧିକ ୧୫ ମିନିଟ୍ ଅଧିକ ସମୟ ମିଳିବ ।