କଟକ,୪/୧୧ : ଆସନ୍ତା ୨୩ ତାରିଖରୁ ମାଟ୍ରିକ ସମ୍ମେଟିଭ୍ ଆସେସମେଣ୍ଟ – ୧ ପରୀକ୍ଷା ଆରମ୍ଭ ହୋଇ ୩୦ ତାରିଖ ଯାଏଁ ଚାଲିବ। ଚଳିତବର୍ଷ ମୋଟ୍ ୫ ଲକ୍ଷ ୩୨ ହଜାର ୭୧୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ସେଥିପାଇଁ ୩୦୨୯ଟି ସେଣ୍ଟର କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ବୋର୍ଡ ଅଫ୍ ସେକେଣ୍ଡେରୀ ଏଜୁକେସନ୍ ଅଫ୍ ଓଡ଼ିଶା(ବୋର୍ଡ)। ପ୍ରଶ୍ନପତ୍ର ପାଇଁ ୩୧୬ଟି ନୋଡାଲ ସେଣ୍ଟର କରାଯାଇଛି। ଯେଉଁଠାରୁ ପ୍ରତି ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଯିବ।
ବୋର୍ଡ ସଭାପତିଙ୍କ କହିବା ଅନୁସାରେ ଆଜିଠାରୁ ଆଡ୍ମିଟ୍ କାର୍ଡ ବୋର୍ଡ ୱେବ୍ସାଇଟ୍ରେ ଅପ୍ଲୋଡ୍ କରାଯାଇଥିଲା। ପିଲାମାନେ ଚାହିଁଲେ, ସେଠାରୁ ନିଜର ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ କରିପାରିବେ। ନହେଲେ ସ୍କୁଲ କର୍ତ୍ତୃପକ୍ଷଙ୍କ ଦ୍ୱାରା ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରି ନେଇପାରିବେ।
