ଭୁବନେଶ୍ବର, ୩୦/୦୩ : ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀଙ୍କ ସୂଚନା । ଜଗତସିଂହପୁରରେ ହେବ ମେଡିକାଲ କଲେଜ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ। ବହୁ ଦିନର ଜଗତସିଂହପୁର ବାସୀଙ୍କର ଏହି ଦାବୀ ଥିଲା। ମେଡିକାଲ କଲେଜରୁ ବାଦ ରହିଥିବା ଜଗତସିଂହପୁରରେ ଆଜି ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।