ବିବାହିତ କୁମାର ସାନୁଙ୍କୁ ଡେଟ କରୁଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ, ପରେ ଇନଭେଷ୍ଟମେଣ୍ଟ ବ୍ୟାଙ୍କରଙ୍କୁ ବିବାହ କରି ଦେଶ ଛାଡ଼ିଦେଲେ
ମୁମ୍ବାଇ : ବଲିଉଡ ଅଭିନେତ୍ରୀ ମୀନାକ୍ଷୀ ସେଶାଦ୍ରି ଅଶୀ ଓ ନବେ ଦଶକରେ ଫିଲ୍ମ ପରଦାରେ ରାଜ କରିଥିଲେ। ଅନେକ ଶ୍ରେଷ୍ଠ ଚଳଚ୍ଚିତ୍ରରେ ମୀନାକ୍ଷୀ ନିଜର ଶକ୍ତିଶାଳୀ ଅଭିନୟ ସହିତ ଲୋକଙ୍କ ହୃଦୟରେ ଏକ ସ୍ଥାନ ସୃଷ୍ଟି କରିଥିଲେ। ୧୬ ନଭେମ୍ବର ୧୯୬୩ରେ ଜନ୍ମ ହୋଇଥିବା ମୀନାକ୍ଷୀ ସେହି ସମୟର ବଡ଼ ବଡ଼ ଅଭିନେତାଙ୍କ ସହ କାମ କରିଥିଲେ। ମୀନାକ୍ଷୀ ଏବଂ ଗାୟକ କୁମାର ସାନୁ ପରସ୍ପରକୁ ପସନ୍ଦ କରିଥିବା କୁହାଯାଉଛି।

କୁମାର ସାନୁ ଏବଂ ମୀନାକ୍ଷୀ ସେଶାଦ୍ରୀ ପ୍ରଥମେ ମହେଶ ଭଟ୍ଟଙ୍କ ଫିଲ୍ମ ଜୁର୍ମ ସେଟରେ ସାକ୍ଷାତ ହୋଇଥିଲେ। ଏହି ଚଳଚ୍ଚିତ୍ରରେ ସେ ସବୁଠାରୁ ଲୋକପ୍ରିୟ ଗୀତ ‘ଜବ କୋଇ ବାତ ବିଗଡ ଯାଏ’ ଗାଇଥିଲେ। ଏହି ସାକ୍ଷାତ ପରେ ଦୁହେଁ କଥାବାର୍ତ୍ତା ଆରମ୍ଭ କଲେ | କୁମାର ସାନୁ ଏବଂ ମୀନାକ୍ଷୀ ନିଜ ସମ୍ପର୍କକୁ ତିନି ବର୍ଷ ପର୍ଯ୍ୟନ୍ତ ଲୁଚାଇ ରଖିଥିଲେ। କୁମାର ସେତେବେଳେ ବିବାହିତା ଥିଲେ। ଏହି ଘଟଣାର ଖବର ତାଙ୍କ ପତ୍ନୀ ରୀତା ଭଟ୍ଟାଚାର୍ଯ୍ୟ ମଧ୍ୟ ଜାଣିପାରିଥିଲେ। କୁହାଯାଏ ଯେ, ଏହି ଘଟଣା ଜାଣିବା ପରେ କୁମାର ସାନୁ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲା।

କୁମାର ସାନୁଙ୍କ ସେକ୍ରେଟାରୀ ମିଡ଼ିଆକୁ ଦେଇଥିବା ଏକ ସାକ୍ଷାତକାରରେ ଏହା ସ୍ପଷ୍ଟ ହୋଇଛି ଯେ କୁମାର ମୀନାକ୍ଷୀଙ୍କୁ ଡେଟ କରୁଥିଲେ। ସେକ୍ରେଟାରୀ ତାଙ୍କ ସାକ୍ଷାତକାରରେ କହିଥିଲେ, କୁମାର ସାନୁଙ୍କର ଅନେକ ଗର୍ଲଫ୍ରେଣ୍ଡ ଅଛନ୍ତି ଏବଂ ବର୍ତ୍ତମାନ ସେ ପ୍ରସିଦ୍ଧ ଅଭିନେତ୍ରୀ ମୀନାକ୍ଷୀ ସେଶାଦ୍ରିଙ୍କୁ ଡେଟ୍ କରୁଛନ୍ତି।

୧୯୯୪ରେ କୁମାର ସାନୁ ଛାଡପତ୍ର ହୋଇଥିଲେ। ତେବେ ଏହା ପରେ ମୀନାକ୍ଷୀଙ୍କ ସହ ତାଙ୍କର ସମ୍ପର୍କ ଥିବା ଖବର ଆସିବା ବନ୍ଦ ହୋଇଯାଇଥିଲା। କିଛି ସମୟ ପରେ ମୀନାକ୍ଷୀ ହଠାତ୍ ଚଳଚ୍ଚିତ୍ର ଜଗତରୁ ବିଦାୟ ନେଲେ ଏବଂ ୧୯୯୭ରେ ସେ ଏକ ଇନଭେଷ୍ଟମେଣ୍ଟ ବ୍ୟାଂକରଙ୍କୁ ବିବାହ କରି ବିଦେଶକୁ ଚାଲିଗଲେ | କୁମାର ଏବଂ ମୀନାକ୍ଷୀ ସେମାନଙ୍କ ସମ୍ପର୍କ ବିଷୟରେ କଦାପି କିଛି କହିନାହାନ୍ତି। ତେଣୁ ଆମେ ମଧ୍ୟ ଏହାକୁ ନିଶ୍ଚିତ କରୁ ନାହୁଁ।