ଇଚ୍ଛା ଶକ୍ତି ଆଗରେ ହାରିଗଲା ଭାଗ୍ୟ: ମଡେଲିଂ ଛାଡ଼ି ଆଇଏଏସ୍ ହେଲେ ଐଶ୍ୱର୍ଯ୍ୟା ଶ୍ୟୋରାଣ 

ନୂଆଦିଲ୍ଲୀ: ତାଙ୍କର ଦୃଢ଼ ଇଚ୍ଛା ଥିଲା ୟୁପିଏସସି ପରୀକ୍ଷାରେ ବସିବେ । ଆଉ ଏଥିରେ ସଫଳ ହୋଇ ହେବେ ଆଇଏଏସ୍ ଅଫିସର । ଏଥିପାଇଁ ଜୀବନର ଆରମ୍ଭରେ ବାଛିଥିବା ନିଜର ମଡେଲିଂ କ୍ୟାରିୟରରେ ପକାଇ ଥିଲେ ପୂର୍ଣ୍ଣଚ୍ଛେଦ । ଆରମ୍ଭ କରିଦେଇ ଥିଲେ ନିଜର ଆଗାମୀ ସ୍ୱପ୍ନକୁ ସାକାର କରିବାର ପ୍ରସ୍ତୁତି । ସେ ହେଉଛନ୍ତି ରାଜସ୍ଥାନର ଚୁରୁରେ ରହୁଥିବା ଐଶ୍ୱର୍ଯ୍ୟା ଶ୍ୟୋରାଣ ।

ନିଜର ପ୍ରଥମ ଚେଷ୍ଟାରେ ୟୁପିଏସସି ପରୀକ୍ଷାକୁ ପାସ୍ କରିବା ପରେ ଆଇଏଏସ୍ ଅଫିସର ହେବାର ଗୌରବ ହାସଲ କରିଛନ୍ତି । ଐଶ୍ୱର୍ଯ୍ୟା ୨୦୧୪ରେ କ୍ଲିନ୍ ଆଣ୍ଡ କ୍ଲିୟର ଫେସ୍ ଫ୍ରେଶ୍ ଓ ୨୦୧୬ରେ ଫେମିନା ମିସ୍ ଇଣ୍ଡିଆର ଫାଇନାଲିଷ୍ଟ ରହି ସାରିଛନ୍ତି । ସେ ବିନା କୌଣସି କୋଚିଂରେ ୟୁପିଏସ୍ସିର ପରୀକ୍ଷା ପାସ୍ କରିଛନ୍ତି । ଐଶ୍ୱର୍ଯ୍ୟ ୧୦ ମାସ ଘରେ ରହି ଜୋରସୋରରେ ୟୁପିଏସସି ପ୍ରସ୍ତୁତ କରିଥିଲେ ଏବଂ ପ୍ରଥମ ଚେଷ୍ଟାରେ ପରୀକ୍ଷାରେ ୯୩ତମ ରାଙ୍କ୍ ହାସଲ କରିବାରେ ସଫଳ ହୋଇଛନ୍ତି  ।

ସୂଚନା ଅନୁଯାୟୀ, ୟୁପିଏସ୍ସି ପରୀକ୍ଷାର ପ୍ରସ୍ତୁତି କରିବା ପୂର୍ବରୁ ଐଶ୍ୱର୍ଯ୍ୟ ଶ୍ୟୋରାଣ ଜଣେ ମଡେଲ ଥିଲେ  । ସେ ୨୦୧୮ରେ ୟୁପିଏସସି ପରୀକ୍ଷାର ପ୍ରସ୍ତୁତ କରିଥିଲେ । ୨୦୧୬ ମସିହାରେ ଐଶ୍ୱର୍ଯ୍ୟା ଶ୍ୟୋରାଣ ମିସ୍ ଇଣ୍ଡିଆ ଫାଇନାଲିଷ୍ଟ ଥିଲେ ଏବଂ ସେ ୨୦୧୫ରେ ମିସ୍ ଦିଲ୍ଲୀର ମୁକୁଟ ଜିତିଥିଲେ । ୨୦୧୪ରେ ତାଙ୍କୁ ମିସ୍ କ୍ଲିନ୍ ଆଣ୍ଡ କ୍ଲିୟର ଫ୍ରେଶ୍ ଫେସ୍ ଭାବେ ଚୟନ କରାଯାଇ ଥିଲା । ଐଶ୍ୱର୍ଯ୍ୟା ନିଜର ସ୍କୁଲ ଶିକ୍ଷା ଚାଣକ୍ୟପୁରୀ ସଂସ୍କୃତି ସ୍କୁଲରେ ପୁରା କରିଥିଲେ । ସେ ଦ୍ୱାଦଶ ଶ୍ରେଣୀରେ ୯୭.୫ ପ୍ରତିଶତ ନମ୍ୱର ପାଇଥିଲେ ଏବଂ ସ୍କୁଲର ଟପ୍ପର ହୋଇଥିଲେ । ସେ ଦିଲ୍ଲୀ ଶ୍ରୀରାମ କଲେଜ୍ ଅଫ୍ କମର୍ସରୁ ସ୍ନାତକର ପଢ଼ା ଶେଷ କରିଥିଲେ ।

SBI_Festive_Digital Billboard