ମେଘାଳୟରେ ଆକସ୍ମିକ ବନ୍ୟା : ୧୦ ମୃତ

ନୂଆଦିଲ୍ଲୀ, ୦୬/୧୦ : ମେଘାଳୟରେ ପ୍ରବଳ ବର୍ଷା ଲାଗି ରହିଥିବାବେଳେ କେତେକ ସ୍ଥାନରେ ଭୂସ୍ଖଳନ ଘଟିବା ସହ ଆକସ୍ମିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ୧୦ ଜଣ ପ୍ରାଣ ହରାଇଛନ୍ତି । ୱେଷ୍ଟ ଗାରୋ ହିଲ୍‌ ଜିଲାର ଡାଲୁ ଅଞ୍ଚଳରେ ୩ ଜଣ ପ୍ରାଣ ହରାଇଛନ୍ତି। ସାଉଥ୍‌ ଗାରୋ ହିଲ୍‌ ଜିଲାର ହାତିଆସିଆ ସୋଙ୍ଗମା ଗ୍ରାମରେ ଭୂସ୍ଖଳନ ଘଟି ୭ ଜଣ ପୋତି ହୋଇ ପ୍ରାଣ ହରାଇଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ସଡକ ଓ ପୋଲ ଭାଙ୍ଗିଥିବାରୁ ଯାତାୟାତରେ ବାଧା ସୃଷ୍ଟି ହୋଇଛି। ଏଥିଯୋଗୁଁ ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍‌ ପହଞ୍ଚିବା କଷ୍ଟକର ହୋଇପଡିଛି। ଶତାଧିକ ବାସଗୃହ କ୍ଷତିଗ୍ରସ୍ତ ହୋଇଥିବାରୁ ଲୋକଙ୍କୁ ଭୀଷଣ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି।