ନୂଆଦିଲ୍ଲୀ, ୮/୧୧ : ଆମେରିକା ପୂର୍ବତନ ରାଷ୍ଟ୍ରପତି ଡ଼୍ରୋନାଲ୍ଡ ଟ୍ରମ୍ପଙ୍କୁ ଦୁଇଦିନରେ ଦୁଇଟି ଝଟକା ଲାଗିଛି । ନିର୍ବାଚନରେ ପରାଜୟ ପରେ ତାଙ୍କ ପତ୍ନୀ ମିଲେନିଆ ତଲାକ ଦେବାକୁ ଯାଉଛନ୍ତି। ମେଲେନିଆ ଟ୍ରମ୍ପଙ୍କ ସହିତ ୧୫ ବର୍ଷର ପୁରୁଣା ସଂପର୍କ ଛିନ୍ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ହ୍ଵାଇଟ୍ ହାଉସ୍ର ଜଣେ ପୂର୍ବତନ ସହଯୋଗୀ ଏହାର ସୂଚନା ଦେଇ କହିଛନ୍ତି ଯେ, ଟ୍ରମ୍ପ ଓ ମେଲେନିଆ ୧୫ ବର୍ଷର ବୈବାହିକ ଜୀବନ ଉପରେ ପୂର୍ଣ୍ଣଛେଦ ପକାଇବାକୁ ଯାଉଛନ୍ତି। ହ୍ଵାଇଟ୍ ହାଉସ୍ରୁ ବାହାରିବା ମାତ୍ରେ ମେଲେନିଆ ଟ୍ରମ୍ପଙ୍କୁ ତଲାକ ଦେବେ।
ଲଣ୍ଡନର ଟ୍ୟାବଲୟଡ୍ ଡେଲିମେଲ୍ର ଏକ ରିପୋର୍ଟ ଅନୁଯାୟୀ, ହ୍ଵାଇଟ୍ ହାଉସ୍ର ପବ୍ଲିକ ଲାଇଜନ ଅଫିସ୍ରେ କମ୍ୟୁନିକେସନର ପୂର୍ବତନ ନିର୍ଦ୍ଦେଶକ ଓମାରୋସା ମନିଗାଉଲଟ ନ୍ୟୁମେନ କହିଛନ୍ତି, ଡୋନାଲ୍ଡ ଟ୍ରମ୍ପ ଅଫିସ୍ରେ ଥିବାରୁ ମେଲେନିଆ ବର୍ତ୍ତମାନ ତଲାକ ଦେଇ ପାରୁନାହାନ୍ତି। ଯଦି ଏବେ ସେ ତଲାକ ଦେବା ପରି ଅପମାନଜନକ ପଦକ୍ଷେପ ନିଅନ୍ତି ତେବେ ଟ୍ରମ୍ପ ତାଙ୍କୁ ନିଜ ପଦ ବଳରେ ସଜା ଦେବେ। ତେଣୁ ଟ୍ରମ୍ପ ହ୍ଵାଇଟ୍ ହାଉସ୍ରୁ ବାହାରିବା ପରେ ମେଲେନିଆ ତାଙ୍କୁ ତଲାକ ଦେବେ।