ଭୁବନେଶ୍ୱର, ୨୫/୧୦ : ସମ୍ଭାବ୍ୟ ବାତ୍ୟାକୁ ନେଇ ମତ୍ସ୍ୟଜୀବୀଙ୍କୁ ସତର୍କ କଲା ପାଣିପାଗ କେନ୍ଦ୍ର। ୨୬ ତାରିଖରୁ ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି । ସମୁଦ୍ର ଅଶାନ୍ତ ରହିବାରୁ ୨୯ ଯାଏଁ ଭିତରକୁ ନ ଯିବାକୁ ପରାମର୍ଶ । ୨୫ରେ ଅବପାତର ରୂପ ନେବ ଲଘୁଚାପ । ୨୬ ବେଳକୁ ନେବ ଗଭୀର ଅଭପାତର ରୂପ । ୨୭ ସକାଳେ ବାତ୍ୟାର ରୂପ ନେଇପାରେ ଲଘୁଚାପ । ଏବେ ଧୀରେ ଧୀରେ ଉତ୍ତର-ପଶ୍ଚିମ ଉତ୍ତର ଦିଗରେ ଗତି କରୁଛି । ଘଣ୍ଟା ପ୍ରତି ୩ କିମି ବେଗରେ ଗତି କରୁଛି । ବଙ୍ଗୋପସାଗରରେ ବଳ ଗୋଟାଉଛି । ବାତ୍ୟା ପାଇଁ ରହିଛି ଅନୁକୂଳ ପାଗ । ସୂଚନା ଦେଲେ ଭାରତୀୟ ପାଣିପାଗ ବିଭାଗ । ତେବେ ବାତ୍ୟା କେଉଁଠି ମାଡ଼ ହେବ, ସେନେଇ ଏବେ ଯାଏ କୌଣସି ସୂଚନା ମିଳିନାହିଁ ।
