ମହାବୀର ବସ୍ତିରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ

ଭୁବନେଶ୍ବର : ମହାବୀର ବସ୍ତିର ଏକ ବନ୍ଦ ଘରୁ ଜଣେ ଯୁବକଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଜବତ କରିଛି ଭରତପୁର ପୁଲିସ । ମୃତକ ହେଲେ ଗଞ୍ଜାମ ଛତ୍ରପୁର ଅଞ୍ଚଳର ନିଲୁ ବିଶ୍ବାଳ(୨୨)। ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ବୋଲି ଜଣାପଡ଼ୁଥିବା ବେଳେ ପୁଲିସ ଅପମୃତ୍ୟୁ ମାମଲା ରୁଜୁକରି ଅଧିକ ତଦନ୍ତ ଚଳାଇଛି। ମାସକ ତଳେ ନିଲୁ ଭରତପୁର ମହାବୀରବସ୍ତିରେ ରହି କାମ ଖୋଜାଖୋଜି କରୁଥିଲେ। ଗତକାଲି ରାତିରେ ତାଙ୍କ ପଡ଼ୋଶୀ ଖାଇବା ଡାକିବା ବେଳେ ସେ କବାଟ ଖୋଲିନଥିଲେ କି କୌଣସି ଜବାବ ଦେଇନଥିଲେ। ସନ୍ଦେହ କରି ପଡ଼ୋଶୀ ଝରକା ପଟେ ଦେଖିବା ବେଳକୁ ନିଲୁଙ୍କ ମୃତଦେହ ଫ୍ୟାନ୍‌ରେ ଝୁଲୁଥିଲା। ଖବର ପାଇ ଭରତପୁର ଥାନା ପୁଲିସ ଉକ୍ତ ଘରକୁ ସିଜ୍‌ କରିଥିଲା ଏବଂ ପରିବାର ଲୋକ ଓ ସାଇଣ୍ଟିଫିକ୍‌ ଟିମ୍‌ ଉପସ୍ଥିତିରେ ଶବ ଜବତ କରାଯାଇଥିଲା। ପରେ କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ କରାଇ ପୁଲିସ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ପୁଲିସ ନିଲୁଙ୍କ ମୋବାଇଲ୍‌ ଫୋନ୍‌ ଜବତ କରି ଛାନ୍‌ଭିନ୍‌ ଚଳାଇଛି।

SBI AD