ରାତିଅଧରେ ରାଜଧାନୀରେ ସିରିଜ ଦୁର୍ଘଟଣା : ଅଳ୍ପକେ ବର୍ତ୍ତିଗଲା ଦୁଇ ଜୀବନ

ଭୁବନେଶ୍ୱର, ୧୪/୦୯  : ରାତିଅଧରେ ରାଜଧାନୀରେ ସିରିଜ ଦୁର୍ଘଟଣା । ବିଳମ୍ବିତ ରାତିରେ ବେପରୁଆ ଗାଡ଼ି ଚାଳନା ନେଇଥା’ନ୍ତା ଜୀବନ । ଗଛ ସହ ପିଟି ହେବାପରେ ରାସ୍ତା କଡ଼ରେ ଥିବା ଅଟୋକୁ ଧକ୍କା ଦେଲା କାର୍। କଳିଙ୍ଗ ଷ୍ଟୁଡିଓ ଛକ ନିକଟରେ ଏଭଳି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ କାରରେ ଥିବା ଦୁଇ ବ୍ୟକ୍ତି  ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଦୁଇ ଆହତଙ୍କୁ ମେଡିକାଲ ସ୍ଥାନାନ୍ତର କରିଛି । କଟକ ସନସାଇନ୍ ପଡ଼ିଆ ନିକଟରେ ସିରିଜ ଦୁର୍ଘଟଣା । ଗଣେଶ ଘାଟ ପଟୁ ପୁରୀଘାଟ ଆଡ଼େ ଯାଉଥିବା ଏକ କାର୍ ଭାରସାମ୍ୟ ହରାଇ ଏକାଧିକ ଜାଗାକୁ ଧକ୍କା ଦେଇଛି । ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ରାସ୍ତାକଡ଼ରେ ଥୁଆ ହୋଇଥିବା ଗୋଟିଏ କାରକୁ ଧକ୍କା ଦେଲା ପରେ ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲା,ଏହା ପରେ ତିନୋଟି ବାଇକକୁ ଧକ୍କା ଦେଇ କାନ୍ଥରେ ପିଟି ହୋଇ ଯାଇଥିଲା। ଦୁର୍ଘଟଣାରେ କାର୍ ଚାଳକ ମଧ୍ୟ ଆହତ ହୋଇଛନ୍ତି । ପୁଲିସ ଗାଡ଼ିକୁ ଜବତ କରିବା ସହ ଉଭୟଙ୍କୁ ମେଡିକାଲ ପଠାଇଛି ।

SBI_Festive_Digital Billboard