ଭୁବନେଶ୍ବର, ୨୭/୬: ଦୁବାଇ ବିଜନେସ୍ ମିଟ୍ରେ ଯୋଗଦେବେ ଖାଦ୍ୟଯୋଗାଣ ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସଚୀ ନାୟକ । ଆସନ୍ତା ୨୯ ତାରଖରେ ଦୁବାଇରେ ଅନୁଷ୍ଠିତ ହେବ ବିଜନେସ୍ ମିଟ୍ । ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର ମଧ୍ୟ ଦୁବାଇ ଗସ୍ତରେ ଯାଇଥିଲେ । ଅପରାହ୍ନ ୪ଟାରେ ନୂଆଦିଲ୍ଲୀରୁ ଦୁବାଇ ଅଭିମୁଖେ ଉଡାଣ ଭରିବେ । ବିଜନେସ୍ ମିଟ୍ ସହିତ ପ୍ରବାସୀ ଓଡିଆଙ୍କ ସହ ସାକ୍ଷତ କରିବାର କାର୍ଯ୍ୟକ୍ରମ ରହିଛି ।
ଉଲ୍ଲେଖଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋମ୍ ଯାତ୍ରା ସାରି ଦୁବାଇ ଗସ୍ତ କରିଛନ୍ତି । ଦୁବାଇରେ ଅନୁଷ୍ଠିତ ହେବାକୁ ଥିବା ବିଜନେସ୍ ମିଟ୍ରେ ମୁଖ୍ୟମନ୍ତ୍ରୀଙ୍କ ସହ ଖାଦ୍ୟଯୋଗାଣ ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ବିଧାୟକ ଦେବୀ ମିଶ୍ର ଯୋଗଦେବେ ।