ଗୋ-ତସ୍କରୀ ଜଗିବାକୁ ସବୁ ଜିଲ୍ଲାର ଏସ୍‌ପିଙ୍କୁ ନିର୍ଦ୍ଦେଶ : ମନ୍ତ୍ରୀ

ଭୁବନେଶ୍ୱର, ୧୯/୦୧ : ଗୋ-ଚାଲାଣ ଓ ଗୋ-ତସ୍କରୀ ଜଗିବାକୁ ପ୍ରତ୍ୟେକ ଜିଲ୍ଲାର ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗୋ-ଚାଲାଣକାରୀ ଓ ଗୋ-ତସ୍କରଙ୍କ ଉପରେ ରାଜ୍ୟବ୍ୟାପୀ ଚଢ଼ାଉ କରାଯାଉଛି । ଗୋ-ଚାଲାଣକାରୀ ଓ ଗୋ-ତସ୍କରୀ ଭଳି କାର୍ଯ୍ୟରୁ ନିବୃତ୍ତ ରୁହନ୍ତୁ ନଚେତ ଜେଲ୍ ଯିବେ ବୋଲି ଚେତାବନୀ ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗୋ-ଚାଲାଣକାରୀ ଓ ଗୋ-ତସ୍କରଙ୍କ ଉପରେ ଚଢ଼ାଉ କରାଯାଉଛି । ୧୦ ଜଣଙ୍କୁ କୋର୍ଟ ଚାଲାଣ ହେଲେଣି, ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତ କରାଗଲାଣି । ଏଥିରେ ଯେଉଁମାନେ ଜଡିତ କାହାକୁ ଛଡାଯିବ ନାହିଁ । ବିଜେପି ସରକାର ପାଇଁ ଗୋ-ସୁରକ୍ଷା ପ୍ରଥମ, ଏହି କାର୍ଯ୍ୟରୁ ସମସ୍ତେ ନିବୃତ୍ତ ରୁହନ୍ତୁ । ନ ହେଲେ ଜେଲ୍ ଯିବାକୁ ପ୍ରସ୍ତୁତ ହୁଅନ୍ତୁ । ବିଜେପି ସରକାର ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି, ପ୍ରତ୍ୟେକ ଜିଲ୍ଲାର ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଗଲା ଗୋଚାଲାଣ ଜଗିବେ । ଏହାସହ ଜବତ କରିବା ପରେ ଗାଈଙ୍କୁ ରଖିବାକୁ ଗୋଶାଳା ପାଇଁ ସ୍ୱତନ୍ତ୍ର ବଜେଟ୍ କରାଯାଇଛି । ଏଥିରେ ନଗର ଉନ୍ନୟନ ବିଭାଗ ବି ସହଯୋଗ କରୁଛି । ଆଗାମୀ ଦିନରେ ଏହି ପ୍ରକ୍ରିୟା ଆହୁରି ସରଳୀକରଣ ହେବ ।