ମୁଖୀଗୁଡା : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଦୁଷ୍କର୍ମ ଅଭିଯୋଗରେ ପଡୋଶୀ ଘରର ଜଣେ ୫୫ବର୍ଷୀୟ ବୃଦ୍ଧ ଥାନାରେ ଅଟକ ରଖିଛି ପୋଲିସ ।
ସୂଚନା ଅନୁଯାୟୀ, ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଖେଳୁ ଥିବା ସମୟରେ ସେହି ଗାଁର ରତ୍ନାକର ଶବର(୫୫) ନିଜ ଘରକୁ ଡାକି ନେଇ ଦୁଷ୍କର୍ମ କରିଥିଲେ । କାହାରିକୁ କିଛି କହିଲେ ଜୀବନରେ ମାରି ଦେବାକୁ ନାବାଳିକାକୁ ଧମକ ଦେଇଥିଲେ । ନାବାଳିକା ଏ ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ । ଏନେଇ ପୀଡିତାଙ୍କ ମା’ ଜୟପାଟଣା ଥାନାରେ ଏତଲା ଦେବା ପରେ ମାମଲା ରୁଜୁ କରାଯାଇ ଆଜି ରତ୍ନାକର ଶବରକୁ ଗିରଫ କରାଯାଇଛି ।