କଟକ, ୧୪/୧୦: କଟକ ଜିଲ୍ଲା ଗତିରାଉତ ପାଟଣା ଅଞ୍ଚଳରୁ ଜଣେ ନାବାଳିକାକୁ ଏକ କୋଠରୀରେ ବନ୍ଦ ରଖି ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ନାବାଳିକାକୁ ୨୨ ଦିନ ଧରି ଏକ କୁକୁଡ଼ା ଫାର୍ମରେ ବନ୍ଦ କୋଠରୀରେ ରଖି ଗଣଦୁଷ୍କର୍ମ କରାଯାଇଛି। ଏହି ଘଟଣା ସଂପର୍କରେ କଟକ ଚାଇଲ୍ଡ ଲାଇନ୍ ପକ୍ଷରୁ ଚାଉଳିଆଗଞ୍ଜ ଥାନାରେ ଏତଲା ଦିଆଯାଇଛି।
ଏତଲା ଅନୁସାରେ ନାଵାଳିକା ଜଣକ କଟକରେ ନିଜ ଭଉଣୀ ଭିଣୋଇଙ୍କ ପାଖରେ ରହୁଥିଲେ। ପ୍ରାୟ ୨୩ଦିନ ତଳେ ଭଉଣୀ ଘରୁ ନିଜ ଘରକୁ ଯିବା ପାଇଁ ଝିଅଟି ଓଏମ୍ପି ଛକରେ ଠିଆ ହୋଇଥିବା ଵେଳେ ଲିଫ୍ଟ ଦେଵା ଵାହାନାରେ ଜଣେ ଯୁଵକ ତାଙ୍କୁ ଵାଇକରେ ଗତିରାଉତପାଟଣାରେ ଥିବା ଏକ କୁକୁଡ଼ା ଫର୍ମକୁ ନେଇଯାଇଥିଲେ।
ସେଠାରେ ୨୨ଦିନ କାଳ ଝିଅଟିକୁ ଵନ୍ଦ କୋଠରୀ ଭିତରେ ରଖି ଗଣଵଳାତ୍କାର କରାଯାଇଛି ଵୋଲି କଟକ ଚାଇଲ୍ଡ ଓ୍ବେଲଫେୟାର କମିଟି ଆଗରେ ଝିଅଟି ଵୟାନ ଦେଇଥିବା ଏତଲାରେ ଉଲ୍ଲେଖ ରହିଛି। ଝିଅଟିର ଵୟାନ ଅନୁସାରେ ସେ କୌଶଳକ୍ରମେ କୁକୁଡ଼ା ଫାର୍ମରୁ ଖସି ଆସି ଗତିରାଉତପାଟଣା ଛକ ନିକଟରେ ଵସିଥିଲା ଓ ୧୦ତାରିଖ ରାତିରେ ଚାଉଳିଆଗଞ ପୋଲିସ ତାଙ୍କୁ ଉଦ୍ଧାର କରି ଚାଇଲ୍ଡଲାଇନକୁ ହସ୍ତାନ୍ତର କରିଥିଲା।