ମହାକାଳପଡ଼ା -୨୩ /୧୦ -(କେଶବ ଚନ୍ଦ୍ର ନାଥ) : କେନ୍ଦ୍ରପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଅଧିନସ୍ଥ ବରକନ୍ଧl ଗାଁ ର ରଙ୍ଗାଧର ସ୍ୱାଇଁ ଓ ତାଙ୍କ ପତ୍ନୀ ନିର୍ମଳା ଉଭୟ ଗୁରୁବାର ରାତ୍ରିରେ ଆକ୍ରମଣ ର ଶିକାର ଫଳରେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବାର ଜଣାପଡିଛି । ସମାନ ଥାନା ଅଂଚଳସ୍ଥ ଗୋଜାବନ୍ଧ ଗାଁର ସୁବ୍ରlସିତ ନାୟକ ବରକନ୍ଧl ଗ୍ରାମର ସାଙ୍ଗ ରତ୍ନାକର ରାଉତ ଓ ଲିପୁନ ରାଉତ ଙ୍କୁ ସାଥିରେ ଧରି ରାତ୍ରିରେ ରଙ୍ଗାଧରଙ୍କ ଘରେ ପହଂଚି ପ୍ରବଳ ପାଟିତୁଣ୍ଡ କରିଥିଲେ । ଏପରିକି ନିର୍ମଳାଙ୍କ ବେକରୁ ସୁନା ଚେନ ଛିଣ୍ଡାଇ ଆଣିବା ପରେ ପତି ଓ ପତ୍ନୀ ପ୍ରତିବାଦ କରିବାରୁ ଉଭୟଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ । ଯୁବକଙ୍କ ନୃଶଂସ ଆକ୍ରମଣରେ ନିର୍ମଳାଙ୍କ ଡାହାଣ ହାତ ଓ ରଙ୍ଗାଧରଙ୍କ ଛାତିରେ ଗୁରୁତର ଆହତ ଲାଗିଥିଲା ।
ମରଣାତ୍ମକ ଆକ୍ରମଣ ଫଳରେ ସ୍ୱାମୀ ସ୍ତ୍ରୀ ଦୁହେଁ ଚିତ୍କାର କରି ତଳେ ପଡିଯିବାରୁ ଆକ୍ରମଣ କାରି ଘଟଣା ସ୍ଥଳକୁ ଆଣିଥିବା ଗାଡି ଛାଡି ପଳାଇଯାଇଥିଲେ । ସେପଟେ ପରିବାର ଲୋକେ ଉଭୟଙ୍କୁ ରକ୍ତାତ ଅବସ୍ଥାରେ ପ୍ରଥମେ ମହାକାଳପଡ଼ା ଓ ପରେ କେନ୍ଦ୍ରାପଡ଼ା ଜିଲ୍ଲା ମେଡିକାଲରେ ଚିକିତ୍ସା କରିବା ସ୍ଥଳେ ନିର୍ମଳା ଅଧିକ ଗୁରୁତର ହେବାରୁ କଟକ ସ୍ଥାନାଂତର ହୋଇଛନ୍ତି । ଆକ୍ରମଣ କାରିମାନେ ପୂର୍ବ ଶତ୍ରୁତ୍ରାକୁ କେନ୍ଦ୍ର କରି ପ୍ରତିଶୋଧ ପରାୟଣ ହୋଇ ଏପରି ଉନ୍ମୁତ୍ତ କାଣ୍ଡ ଭିଆଇ ଥିବାର ରଙ୍ଗାଧରଙ୍କ ପୁଅ ସସିତ ରଞ୍ଜନ ସ୍ୱାଇଁ ମହାକାଳପଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମହାକାଳପଡ଼ା ପୋଲିସ ଘଟଣାର ଅନୁସନ୍ଧାନ ଜାରି ରଖିବା ସହିତ ଆକ୍ରମଣ କାରି ଛାଡି ଯାଇଥିବା ଗାଡି ହେପାଜତକୁ ଆଣି ଅନୁସନ୍ଧାନ ଚଳାଇଛି ।