ମହାକାଳପଡ଼ା,୨୪ /୯ : (କେଶବ ଚରଣ ନାଥ ) – କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ଗୋଗୁଆ ପଞ୍ଚାୟତ ବଳିଗଣ୍ଡ ଗ୍ରାମର ରବିନ୍ଦ୍ର ପରିଡ଼ାଙ୍କ ପରିବାର କହିଲେ ସ୍ତ୍ରୀ ମିନତୀ ତିନି ଝିଅ ଓ ତିନି ପୁଅ,ଏବଂ ବୁଢ଼ୀ ମା । ଦୁଇ ପୁଅ ପାଗଳ ହୋଇଥିବା ବେଳେ ଗୋଟିଏ ପୁଅ ଛୋଟା ଏହି ଦୁଃଖଦ ପରିବାର ପାଇଁ ଏକମାତ୍ର ରୋଜଗାରର ସମ୍ବଳ କହିଲେ ରୋଗଗ୍ରସ୍ତ ରବିନ୍ଦ୍ର । ମୂଲ ମଜୁରୀ ଲାଗି ଯାହା ରୋଜଗାର କରନ୍ତି ସେଥିରେ ମିନତୀଙ୍କ ଚୁଲି ଜଳେ । ମାତ୍ର ଆଠ ଦିନ ତଳେ ୪୫ ବର୍ଷର ଭେଣ୍ଡା ସ୍ୱାମୀ ରବୀନ୍ଦ୍ର ଜଣ୍ଡିସ୍ ରୋଗରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲିଗଲେ । ସ୍ୱାମୀଙ୍କ ମୃତ୍ୟୁ ପରେ ମିନତୀଙ୍କ ପାଇଁ ୬ଜଣ ପରିବାର ଚିନ୍ତା ବୋଝ ଉପରେ ନଳିତା ବିଡା ସଦୃଶ ଲଦି ହୋଇଯାଇଛି । ଘରେ ଯାହା କିଛି ଥିଲା ସ୍ୱାମୀଙ୍କ ଚିକିତ୍ସା ପଛରେ ସବୁଯାଇଛି । ଶୁଦ୍ଧ କ୍ରିୟା ପାଇଁ ମିନତୀଙ୍କ ପାଖରେ ଟଙ୍କାଟିଏ ବି ନାହିଁ । ଘର କହିଲେ ଗୋଟିଏ ଚାଳ ଛପର ଘର ଖରା, ବର୍ଷା, ଶୀତ ସବୁ ତାଙ୍କ ପାଇଁ ସମାନ ହୋଇଛି । ସ୍ଵାମୀ ଚାଲି ଯିବା ପରେ ବିଧବା ମିନତୀ ପରିବାର ବୋଝ ବୋହି କୋରନା ସମୟରେ ଗାଁ ଗାଁ ବୁଲି ମାଗି ଜାଚି ପରିବାର ଚଳାଉଛନ୍ତି । ସରକାର ଯୋଜନା ପରେ ଯୋଜନା କରୁଛନ୍ତି କିନ୍ତୁ ନିସ୍ଵ ମିନତୀଙ୍କୁ ଏଯାବତ ମିଳିଛି ଖଣ୍ଡିଏ ରାସନକାର୍ଡ । ସମ୍ପୃକ୍ତ ପରିବାରକୁ ପକ୍କା ବାସଗୃହ ଯୋଜନାରେ ସାମିଲ କରାଯିବା ସହିତ ଆର୍ଥୀକ ସହାୟତା ଯୋଗାଇ ଦେବାକୁ ମହାକାଳପଡ଼ା ୟୁଥ ଗ୍ରୁପ ପ୍ରଶାସନ ନିକଟରେ ଦାବୀକରନ୍ତି ।