ମହାକାଳପଡ଼ା -୧୮ /୧୦ – (କେଶବ ଚରଣ ନାଥ) : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଅଧିନସ୍ଥ ଦେଉଳି ପଡା ପଂଚାୟତ ବାଙ୍କିଛନ୍ଦା ଗାଁ ଦୈତାରୀ ବେହେରାଙ୍କ ୫ବର୍ଷର ଝିଅ ମଧୁସ୍ମିତାର ମୃତ୍ୟୁକୁ ନେଇ ସନ୍ଦେହ ଉପୁଜିଥିବାର ଜଣାପଡିଛି । ରବିବାର ପୂର୍ବାହ୍ନରେ ମା ନିତିଦିନ ଭଳି ଝିଅକୁ ଘରେ ଛାଡି ଦେଇ ଗାଧୋଇ ଯାଇଥିଲେ । କିନ୍ତୁ ମା ଘରକୁ ଫେରି ଦେଖନ୍ତି ଯେ ମଧୁସ୍ମିତା କେଉଁଆଡେ ଚାଲି ଯାଇଛି । ଏନେଇ ସପରିବାର ଓ ପଡୋଶୀମାନେ ବହୁ ଖୋଜାଖୋଜି କରିବାରୁ ଘର ଠାରୁ ୨୦୦ ମିଟର ଦୂର ଧାନ ବିଲରୁ ଶିଶୁ ଟିର ମୃତ ଶବ ମିଳିଥିଲା ।

ଝିଅଟିର ଏ ପ୍ରକାର ମୃତ୍ୟୁକୁ ନେଇ ପରିବାର ଓ ପଡୋଶୀଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଥିଲା । ଝିଅର ମୃତ୍ୟୁ ପରେ ପରିବାର ତରଫରୁ ମଧ୍ୟ ଥାନାରେ ଅଭିଯୋଗ ହୋଇ ଥିବାର ଜଣାପଡିଛି । ନିଷ୍ପାପ ଶିଶୁ ମୃତ୍ୟୁର କାରଣ କଣ ଜାଣିବା ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି।