ମହାକାଳପଡ଼ା ବ୍ଲକ କଂଗ୍ରେସ କମିଟିର ନିର୍ବାଚନୀ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା,୩୦/୮: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ କଂଗ୍ରେସ କମିଟି ତରଫରୁ ରବିବାର ଦିନ ମହାକାଳପଡା ଠାରେ ୨୦୨୧ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ରାଜ୍ୟ ସରକାରଙ୍କ ନିର୍ବାଚନ ଘୋଷଣା ପୂର୍ବରୁ କଂଗ୍ରେସ ଦଳ କିପରି ବ୍ଲକ ଠାରୁ ୱାର୍ଡ ପର୍ଯ୍ୟନ୍ତ ଦଳୀୟ ସଂଗଠନ ଦୃଢ଼ୀଭୂତ କରିପାରିବ ଏନେଇ ଆଲୋଚନା ହୋଇଯାଇଛି l ବିଶେଷ କରି ଆଗାମୀ ନିର୍ବାଚନରେ ଉତ୍ତମ ଫଳପ୍ରଦ ନେଇ ଦଳ ତରଫରୁ ପ୍ରୟାସ ଜାରିରଖିବାକୁ ଛାମୁଆ କର୍ମୀ ମାନେ ବୈଠକରେ ମତ ରଖିଛନ୍ତି l ଆହୁରି ମଧ୍ୟ ବ୍ଲକ ସ୍ତରୀୟ ଅନ୍ୟାନ୍ୟ ସେଲ ଗୁଡିକ ନବଗଠିତ ହୋଇଛି l

ପୁରୁଣା ଓ ନୂଆ ଭାବେ ଗଠିତ କମିଟିର ସଭ୍ୟମାନଙ୍କୁ ସ୍ଥାନୀୟ ସଂଗଠନ ମଜଭୁତ କରି ସମିତିର ଅଧାରୁ ଅଧିକ ସିଟ ଦଖଲ କରିବାର ଲକ୍ଷ୍ୟ ରଖିବାକୁ ପରାମର୍ଶ ଦେଇଥିଲେ l ଯଥା ଶୀଘ୍ର ପଂଚାୟତ, ଗାଁ ଓ ୱାର୍ଡ କମିଟି ଗଠନ କରି ଜିଲ୍ଲା କମିଟିକୁ ଅବଗତ କରାଇବାକୁ ସୂଚନା ଦିଆଯାଇଥିଲା l ପ୍ରସ୍ତୁତି ବୈଠକରେ ସ୍ଥାନୀୟ ବିଧାନ ସଭା ନିର୍ବାଚନ ମଣ୍ଡଳୀ ନେତା ବିଭ୍ରାଂଶୁ ଶେଖର ଲେଙ୍କା, ବ୍ଲକ ସଭାପତି କବିନ୍ଦ୍ର ସାମଲ, ଜିଲ୍ଲା କଂଗ୍ରେସ କମିଟିର ରାକେଶ ମହାନ୍ତି, ପ୍ରଫୁଲ୍ଲ ଦାସ,ହରେକୃଷ୍ଣ ନାୟକ ଆଦି ଉପସ୍ଥିତ ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ରଘୁନାଥ ସେଠି, ଭାବ ଗ୍ରାହୀ ଦାସ, ମହେଶ୍ୱର ଗୋଛାୟତ, ପ୍ରତାପ ଚନ୍ଦ୍ର ନାୟକ, କଳ୍ପତରୁ ପ୍ରଧାନ ଓ କ୍ଷୀରୋଦ ବେହେରା ଙ୍କ ସମେତ ୩୧ ପଂଚାୟତର ମୁରବିମାନେ ଯୋଗ ଦେଇଛନ୍ତି l