ମହାକାଳପଡ଼ା-୧୦ /୯- (କେଶବ ଚରଣ ନାଥ) : କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ପଳାସପୁର ପାଖ ଲୁଣାନଦୀରେ ଭାସୁଥିବା ଅଚିହ୍ନା ପ୍ରେମି ଯୁଗଳଙ୍କ ଗଳିତ ମୃତ ଦେହକୁ ମହାକାଳପଡ଼ା ଅଗ୍ନିଶମ ବାହିନୀ ଉଦ୍ଧାର କରିଛି । ଖବର ପାଇ ମାର୍ଶାଘାଇ ଥାନା ଅଧିକାରୀ କାଳନ୍ଦୀ ବେହେରା ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଅଚିହ୍ନା ପ୍ରେମୀଯୁଗଳ ଜିନ୍ ପ୍ୟାଣ୍ଟ, ଟି ସାର୍ଟ ପିନ୍ଧିଥିବା ବେଳେ ଦୁହିଁଙ୍କ ହାତ ରୁମାଲରେ ବନ୍ଧାହୋଇ ଥିବା ଦେଖିବାକୁ ମିଳିଥିଲା । ଦୁହିଁଙ୍କ ମୃତ ଦେହ ପଚିସଢି ଦୁର୍ଗନ୍ଧ ହେଉଥିଲେ ସୁଦ୍ଧା ମାର୍ଶାଘାଇ ଥାନା ଅଧିକାରୀ ନିଜ ଟିମ ସହିତ ମାଜିଷ୍ଟ୍ରେଟ ଆସିବା ପର୍ଯ୍ୟନ୍ତ ଜଗି ବସିଥିଲେ । ପରବର୍ତ୍ତୀ ସମୟରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଥାନା ଅଧିକାରୀ ଯୁବକ ପକେଟରୁ ମୋବାଇଲ ଫୋନ ଉଦ୍ଧାର କରି ଘର ଲୋକଙ୍କୁ ଯୋଗାଯୋଗ କରିବାରୁ ଉଭୟଙ୍କ ଘର କଟକ ମାଲଗୋଦାମ ଥାନା ଅଧିନସ୍ତ ଶିଖର ପୁର ଉପରସାହି ଜଣାପଡିଥିଲା । ଯୁବକ ଜଣକ ତୁଷାର ଜେନା, ପିତା – ଚିତ୍ତରଞ୍ଜନ ଜେନା, ବୟସ ୨୩ ବର୍ଷ ହୋଇଥିବା ବେଳେ ଯୁବତୀ ଜଣକ ନାବାଳିକା ବୋଲି ସୂଚନା ମିଳିଛି ।