ମହାକାଳପଡ଼ା,୨୩/୫: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ କଂସାର ବଡ଼ ଦାଣ୍ଡୁଆ ପଂଚାୟତ ରେ ଅଧିକାଂଶ ସମୟରେ ଚର୍ଚ୍ଚାରେ ରହୁଥିବା ଏକଲ ପୁର ଫେରିଘାଟ ରେ ରବିବାର ଦିନ ବେଆଇନ ଘାଟ ଡ଼ଙ୍ଗା ଚଳାଚଳ ନେଇ ବିବାଦ ମୁଣ୍ଡ ଟେକିଛି. l ପଂଚାୟତ ତରଫରୁ ଅନୁମୋଦିତ ଘlଟିଆ ଘାଟ ଡ଼ଙ୍ଗା ଚଳାଉଥିବା ବେଳେ ହଠାତ ରବିବାର ସକାଳୁ ଅନ୍ୟ ଏକ ଘାଟ ଡ଼ଙ୍ଗା ଫେରିଘାଟ ରେ ଯାତ୍ରୀଙ୍କୁ ପାରଉତ୍ତାର କରିବାରୁ ସମସ୍ୟା ଉପୁଜିଥିଲା l ପଂଚାୟତ କର୍ତ୍ତୃପକ୍ଷ ମେ ମାସ ସୁଦ୍ଧା ନିଲାମ କରିନଥିବା ରୁ ଏଭଳି ସମସ୍ୟା ଉପୁଜିଥିବାର. ସାଧାରଣରେ ଆଲୋଚନା ହେଉଛି l ଅବଧି ଶେଷ ହେବା ପରେ ପଂଚାୟତ କର୍ତ୍ତୃପକ୍ଷ ନିଲାମ ରେ ଅବହେଳା କରି ପୁରୁଣା ଘାଟିଆ ସହିତ ସହମତିରେ ଦୈନିକ ଦେୟ ରେ ଘାଟ ଚଳାଉଥିଲେ l ଏହି ସୁଯୋଗରେ ପଂଚାୟତ ଅଗୋଚର ରେ ଅଲଗା ଲୋକେ ଅନ୍ୟ ଏକ ଘାଟ ଡ଼ଙ୍ଗା ଚଳାଇ ପ୍ରଶାସନ ଅନୁମୋଦିତ ଘାଟ ଡ଼ଙ୍ଗା ବୋଲି କହୁଛନ୍ତି l ବେଆଇନ ଘାଟ ଡ଼ଙ୍ଗା ପ୍ରତିବାଦରେ ଏକଲ ପୁର ପାରିରେ ଲୋକେ ସମାବେଶ ହୋଇ ବିରୋଧ କରିବାରୁ ସମସ୍ୟା ତେଜି ଥିଲା l ଏବିଷୟରେ ଜାଣି ପଂଚାୟତର ସମିତି ସଭ୍ୟ ଓ ସରପଞ୍ଚ ଘଟଣା ସ୍ଥଳରେ ପହଂଚି ଥିବାର ଜଣାପଡିଛି l ତେବେ.ଦେଖିବାକୁ ବାକି ରହିଲା କେବେ ଘାଟ ନିଲାମ ହେଉଛି ଓ ସମସ୍ୟାର କି ପ୍ରକାର ଅନ୍ତ ଘଟୁଛି l.