ମହାକାଳପଡ଼ା,୪/୬ : କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ର ସାମାଜିକ ସୁରକ୍ଷା ଓ ସଶକ୍ତି କରଣ ବିଭାଗ ତରଫରୁ ମହାକାଳପଡ଼ା ବ୍ଲକ ରେ ଦିନିକିଆ ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକ ଙ୍କୁ ସ୍ୱତନ୍ତ୍ର ଉପକରଣ ପ୍ରଦାନ ନିମନ୍ତେ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି l ସଦର ମହାକାଳପଡ଼ା ପଂଚାୟତ ର କେୟାର ବାଙ୍କ ହାଇସ୍କୁଲ ପରିସରରେ ଆୟୋଜିତ ଶିବିରରେ ୩୧ପଂଚାୟତରୁ ଅନଲାଇନ ଯୋଗେ ୫୦୦ରୁ ଉର୍ଦ୍ଧ୍ୱ ଆବେଦନ କାରି ଉପକରଣ ସହାୟତା ନିମନ୍ତେ ଆବେଦନ କରିଥିଲେ l କିନ୍ତୁ ଶୁକ୍ରବାର ଦିନ ଶିବିର ରେ ୧୪୪ଜଣ ଭିନ୍ନକ୍ଷମ ଓ ୨୧୯ ଜଣ ବରିଷ୍ଠ ନାଗରିକ ଭାବେ ସମୁଦାୟ ୩୬୩ଜଣ ଉପସ୍ଥିତ ହୋଇଥିଲେ l ଆବେଦନକାରି ମାନଙ୍କୁ ଭାରତ ସରକାରଙ୍କ କୃତିମ ଅଙ୍ଗପ୍ରତ୍ୟେଙ୍ଗ ନିର୍ମାଣ କାରି ସଂସ୍ଥା (ଆଲମିକୋ) ଭୁବନେଶ୍ୱର ର ଅନୁମୋଦିତ ଆଖି, କାନ ଓ ଅନ୍ୟାନ୍ୟ ଭିନ୍ନ କ୍ଷମ ବିଶେଷଜ୍ଞ ଡାକ୍ତର ପରୀକ୍ଷା ନିରୀକ୍ଷା କରିଥିଲେ l ଚିହ୍ନଟ ବ୍ୟକ୍ତି ମାନଙ୍କୁ ଖୁବ ଶୀଘ୍ର ବ୍ଲକ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ସହାୟତା ଉପକରଣ ପ୍ରଦାନ କରାଯିବ ବୋଲି ବିଭାଗୀୟ ଅଧିକାରୀଙ୍କ ତରଫରୁ ଜଣାପଡିଛି l
ଏହିକାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷା କଳ୍ପନାରାଉତ, ସ୍ଥାନୀୟ ସରପଞ୍ଚ ରତିକାନ୍ତ ପଣ୍ଡା, ବିଡ଼ିଓ ଦେବାଶିଷ ରାଉତ, ଏବିଡ଼ିଓ କିରଣ କୁମାର ସାମଲ, ଜିଲ୍ଲା ସାମାଜିକ ସମୀକ୍ଷକ ପ୍ରଭାସ ଚନ୍ଦ୍ର ଦାସ ବ୍ଲକ ସାମାଜିକ ସମୀକ୍ଷକ ସଂଗ୍ରାମ କେଶରୀ ବେଉରା ଉପସ୍ଥିତ ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ହାଇସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ଅଞ୍ଜଳି ବେହେରା, ବିଆରଜି ଶ୍ରୀଧର ଭୋଳ ଆଦି ଉପସ୍ଥିତ ରହି କାର୍ଯ୍ୟ କ୍ରମରେ ସହଯୋଗ କରିଥିଲେ l ଅସହ୍ୟ ଗୁଳୁଗୁଳି ସତ୍ୱେ ଆବେଦନ କାରୀମାନେ ଧାଡିରେ ଆସି ଡାକ୍ତରୀ ପରୀକ୍ଷା କରାଇଥିବାର ଦେଖିବାକୁ ମିଳିଥିଲା l ସହାୟତା ଉପକରଣ ଭାବେ ଶ୍ରବଣ ଯନ୍ତ୍ର, ଚଷମା, ଆଶାବାଡି, ଚଲାବାଡି, କମୋଟୋ ଚେୟାର,ହୁଇଲ ଚେୟାର, ରଲେଟର,ଚଷମା, ସିପିଚେୟାର ବ୍ରେଲିକେନ,ଟ୍ରିପଡ଼, ଟେଟ୍ରପଡ଼, ଆଦି ପ୍ରଦାନ କରାଯିବ ବୋଲି ଆଲମିକୋ ତରଫରୁ ଜଣାପଡିଛି l