କେନ୍ଦ୍ରାପଡ଼ା,୨୫/୬ : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅଧୀନ ନୂଆପଡା ଗ୍ରାମର ଅନନ୍ତ ଜେନାଙ୍କ ନାବାଳିକା ଝିଅ ପରୀକ୍ଷା ଦେବାକୁ ବାଟିପଡ଼ା ଯାଇଥିଲେ l ମାତ୍ର ସୁଯୋଗ କ୍ରମେ ନିକିରାଇ ତରାଣ୍ଡୋ ଗ୍ରାମର ଯୁବକ ବଳପୂର୍ବକ ନାବାଳିକାଙ୍କୁ କେଉଁଆଡେ ଅପହରଣ କରିନେଇଥିଲେ l ଝିଅର ଅପହରଣ ନେଇ ପରିବାର ପକ୍ଷରୁ ଆଳି ଥାନାରେ ଅଭିଯୋଗ ହୋଇଥିଲା l ଅଭିଯୋଗକୁ ଭିତ୍ତି କରି ଆଳି ପୋଲିସ ୧୬୧/୨୨ ମୂଳେ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରଖିଥିଲା l ଆଳି ପୋଲିସ ମାସେ ହେବ ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ପରେ ବୁଧବାର ରାତ୍ରିରେ ବିଶେଷ ସୂତ୍ରରୁ ଖବର ପାଇଁ ତରାଣ୍ଡୋ ଗାଁ ରେ ଚଢ଼ାଉ କରି ନାବାଳିକା ଓ ଅପହରଣ କାରୀଙ୍କୁ ଗିରଫ କରିଥିଲେ l ଉଭୟଙ୍କ ଡାକ୍ତରୀ ମାଇନା ପରେ ଆଳି କୋର୍ଟରେ ୧୬୪ ଧାରାରେ ନାବାଳିକାଙ୍କ ବୟାନ ରେକର୍ଡ କରାଯିବା ପରେ ପରିବାର ଲୋକଙ୍କୁ ଜିମା ଦିଆଯାଇଛି l ସେପଟେ ଯୁବକଙ୍କ ଜାମିନ ନା ମଂଜୁର ହେବାରୁ ଅପହୃତ୍ତାଙ୍କୁ ବାରିମୂଳସ୍ଥ ଜେଲକୁ ପଠାଇ ଦିଆଯାଇଛି l