ନଦୀରେ ଜାଲ ପକାଉଥିବାବେଳେ ଜାମ୍ପିନେଲା କୁମ୍ଭୀର
ମହାକାଳପଡ଼ା, ୧୨ /୦୭ : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ଥାନା କେୟାରବାଙ୍କ ଗ୍ରାମର ନାଗମଣୀ ମଳିକ ଅପରାହ୍ନ ରେ ଗାଁ ପାଖ ଗୋବରୀ ନଦୀକୁ ଜାଲ ପକାଇ ଯାଇଥିଲେ l ସାଥିରେ ଜାଲୁଆ ଯଶୋବନ୍ତ ମଲ୍ଲିକ ଓ ଟହଲି ମଲ୍ଲିକ ଜାଲ ପକାଉଥିଲେ l ମାତ୍ର ଦୁର୍ଭାଗ୍ୟର କଥା ଉଜର କାନ୍ଦା ବାଙ୍କ ନିକଟରେ ନଦୀ ପଠାରେ ଥାଇ ନଦୀକୁ ଜାଲ ଫିଙ୍ଗିଲା ବେଳେ କୁମ୍ଭୀର ତାଙ୍କୁ ଜାମ୍ପି ନେଇଥିବାର ସାଥି ଜାଲୁଆ କୁହନ୍ତି l ଏନେଇ ପରିବାର ଲୋକଙ୍କୁ ଖବର ଆସିବାରୁ ଏକମାତ୍ର ପୁତ୍ର, ପୁତ୍ର ବଧୂ ନାତି, ନାତୁଣୀ, ଝିଅ ଓ ପତ୍ନୀ ସପରିବାର ଓ ପଡୋଶୀ ଧାଇଁ ଯାଇଥିଲେ l ମାତ୍ର ନଦୀରେ ବହୁ ଖୋଜା ଖୋଜି ପରେ ବି ନାଗମଣିଙ୍କର ପତ୍ତା ମିଳୁନି l ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ନିଖୋଜଙ୍କୁ ଖୋଜା ଚାଲିଛି l
ସେପଟେ ପରିବାର ଲୋକେ ନାଗମଣିଙ୍କର ଏଭଳି ଖବର ଜାଣି କାନ୍ଦ ବୋବାଳି କରୁଛନ୍ତି l ଏବିଷୟରେ ସ୍ଥାନୀୟ ଲୋକେ ଫୋନ ଯୋଗେ ମହାକାଳପଡ଼ା ଥାନା, ମହାକାଳପଡ଼ା ବନଖଣ୍ଡ ଅଧିକାରୀ ଙ୍କୁ ଅବଗତ କରାଇଛନ୍ତି l ଗରିବ ପରିବାର ଲୋକେ ରୋଜଗାରିଆ ବ୍ୟକ୍ତିଙ୍କୁ ହରାଇ ଶୋକ ସନ୍ତାପରେ ଅଛନ୍ତି l ସନ୍ତାପିତ ପରିବାରକୁ ଭେଟି ସ୍ଥାନୀୟ ସରପଞ୍ଚ ରତିକାନ୍ତ ପଣ୍ଡା ଓ ସ୍ଥାନୀୟ ସମିତି ସଭ୍ୟା ତଥା ବ୍ଲକ ଅଧ୍ୟକ୍ଷ କଳ୍ପନା ରାଉତ ସମବେଦନା ଜଣାଇଛନ୍ତି l ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ନଦୀକୁ ମାଛ ଧରି ବାକୁ ଯାଇ ଜୀବନ ହରାଇଥିବା ଗରିବ ପରିବାରକୁ ପ୍ରଶାସନ କି ପ୍ରକାର ସହାୟତା ଦେଉଛି ଦେଖିବାକୁ ବାକି ରହିଲା l