ବତୀଘର ପଂଚାୟତରେ ତିନି ସନ୍ତାନର ଜନନୀ ୮ ନଂ ୱାର୍ଡ ସଭ୍ୟା

ମହାକାଳପଡ଼ା -୧୬ /୧୧ : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଉପାନ୍ତ ବତୀଘର ପଂଚାୟତର ୮ ନଂ ୱାର୍ଡ ସଭ୍ୟା ଭାବେ ନିଁପାଣିଆ ଗାଁ ରୁ ନିର୍ବାଚିତ ମହିଳା ତିନି ସନ୍ତାନର ଜନନୀ ହୋଇଥିବାର ଜଣାପଡିଛି. ପଂଚାୟତି ରାଜ ବ୍ୟବସ୍ଥା ରେ ଦୁଇ ରୁ ଅଧିକ ସନ୍ତାନ ସନ୍ତତି ଥିବା ବ୍ୟକ୍ତି ନିର୍ବାଚନରେ ଭାଗ ନେଇ ପାରିବେ ନାହିଁ ବୋଲି ଵିଧି ରହିଛି. ମାତ୍ର ସମ୍ପୃକ୍ତ ୱାର୍ଡ ସଭ୍ୟା ନିର୍ବାଚନ ସମୟରେ ନିର୍ବାଚନ ଅଧିକାରୀଙ୍କୁ ମିଥ୍ୟା ଘୋଷଣା ନାମା ଦେଇ ୨୦୧୭ ତ୍ରିସ୍ତରୀୟ ପଂଚାୟତି ରାଜ ନିର୍ବାଚନ ରେ ନିର୍ବାଚିତ ହୋଇଛନ୍ତି । କିନ୍ତୁ ବାସ୍ତବରେ ୱାର୍ଡ ସଭ୍ୟାଙ୍କର ୧୭ ଓ ୧୦ ବର୍ଷ ବୟସର ଦୁଇଟି ଝିଅ ଏବଂ ୯ ବର୍ଷ ବୟସର ପୁଅ ଅଛି । ଏପରି ସ୍ଥଳେ ଭୁଲ ତଥ୍ୟ ଦେଇ ନିର୍ବାଚିତ ମହିଳାଙ୍କ ୱାର୍ଡର ଭୋଟରମାନେ ସେତେ ଜାଣିବାର ଲୋକେ ହୋଇନଥିବାରୁ ପ୍ରତିଦ୍ବନ୍ଦୀ ଭାବେ ଏଯାବତ କେହି ଅଭିଯୋଗ କରିନଥିବା କଥା ସ୍ଥାନୀୟ ଲୋକେ କହନ୍ତି । ଗଣତନ୍ତ୍ର ରାଷ୍ଟ୍ରରେ ଜନ ପ୍ରତିନିଧି ନିୟମାନୁଯାୟୀ ଅଯୋଗ୍ୟ ବ୍ୟକ୍ତି ପ୍ରଶାସନ ଆଖିରେ ଆଙ୍ଗୁଠି ଗେଂଜି ପ୍ରତିନିଧି ଭାବେ ନିର୍ବାଚିତ ହୋଇଥିବା କଥାକୁ ସାଧାରଣରେ ନାପସନ୍ଦ କରାଯାଉଛି ।