ମହାକାଳପଡ଼ା, ୨୮/୧୦ : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଅଧିନସ୍ଥ ବଡିହି ପଂଚାୟତ ଛତର ଗ୍ରାମର ରବିଜେନାଙ୍କ ବାସ ଗୃହ କୌଣସି କାରଣରୁ ସୋମବାର ଦିନ ସନ୍ଧ୍ୟାରେ ନିଆଲାଗି ଯାଇଥିଲା l ନିଆଁ ଅଣାୟତ୍ତ ହେବାରୁ ଗ୍ରାମସ୍ଥ ପଡୋଶୀ ତଥା ଜେନାସାହିର ସଞ୍ଜୟ, ପବିତ୍ର, ସୁଶାନ୍ତ, ଦିଲ୍ଲୀପ, ସନ୍ତୋଷ ଓ ଲଷ୍ମଣ ଜେନାଙ୍କ ଘର ଜଳିଯାଇଥିଲା l ଚାରିଦିନ ହେବ ଖୋଲାଆକାଶ ତଳେ ବିପନ୍ନ ପରିବାର ଦିନ କାଟୁଥିବା ବେଳେ ମହାକାଳପଡ଼ା କଂଗ୍ରେସ କମିଟି ସହାୟତାର ହାତ ବଢ଼ାଇଛି l ଏନେଇ ଗୁରୁବାର ଦିନ ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ରାକେଶ ମହାନ୍ତି, ସାଧାରଣ ସମ୍ପାଦକ କୁଳମଣି ସାମଲ, ବ୍ଲକ କଂଗ୍ରେସ କମିଟି ସଭାପତି କବିନ୍ଦ୍ର ସାମଲ, ପୂର୍ବତନ ସଭାପତି ନିରାକାର ଜେନା, ରଘୁନାଥ ସେଠୀ ଓ ରବୀନ୍ଦ୍ର ସ୍ୱାଇଁ ଆଦି ସାତ ବିପନ୍ନ ପରିବାରକୁ ସହାୟତା ପ୍ରଦାନ କରିଛନ୍ତି l ବିଶେଷ କରି ଦୁରଦୃଷ୍ଟି ସମ୍ପର୍ଣ୍ଣ କଂଗ୍ରେସ କର୍ମୀମାନେ ପ୍ରତ୍ୟେକ ପରିବାରକୁ ଭେଟି ସମବେଦନା ଜଣାଇବା ସହିତ ରୋଷେଇ ସାମଗ୍ରୀ, ଖାଇବା ନିମନ୍ତେ କଂସାବାସନ ଓ ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିବାର ଜଣାପଡିଛି l ଅଗ୍ନିକାଣ୍ଡ ଫଳରେ ପିନ୍ଧା ଲୁଗା ବ୍ୟତୀରକେ ଅନ୍ୟ ସମସ୍ତ ସାମଗ୍ରୀ ହରାଇଥିବା ପରିବାର ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଖୁସିବ୍ୟକ୍ତ କରିଥିବାର ଜଣାପଡିଛି l ପ୍ରଧାନମନ୍ତ୍ରୀ ସଭିଙ୍କ ମୁଣ୍ଡ ଉପରେ ପକ୍କା ଛାତ ନେଇ ସ୍ବପ୍ନଦେଖୁଥିବା ବେଳେ ସ୍ଥାନୀୟ ବ୍ଲକରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହେଉଛି ବୋଲି କଂଗ୍ରେସ କର୍ମୀମାନେ ପ୍ରଶାସନକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି l
