ମଟର ଚୋରକୁ ଧରି ପୋଲିସରେ ଜିମା ଦେଲେ ଗାଁ ଲୋକେ

ମହାକାଳପଡ଼ା,୨୩/୧ : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଅଂଚଳରେ କିଛି ଅସାଧୁ ଯୁବକ ମଟର ଚୋରି କରୁଥିବା ବେଳେ ଗାଁ ଲୋକେ ଚୋରକୁ ଅଟକ ରଖି ପୋଲିସକୁ ଜିମା ଦେଇଥିବାର ଜଣାପଡିଛି l ରବିବାର ରାତ୍ରିରେ ଦୁଇ ଜଣ ଯୁବକ ବିଜୟ ନଗର ଗ୍ରାମର ବାହାରଖାଡ଼ିଆ ପଡା ପାଖ ଶଙ୍ଖୁଆ ଜୋର କୂଳରେ ବସିଥିବା ଉଠାଜଳସେଚନ ମଟରକୁ ଖୋଲୁଥିଲେ l ରେଞ୍ଚୁ ରେ ମଟର ଖୋଲିବାର ଜାଣି ପାରି ସ୍ଥାନୀୟ ଲୋକେ ମଟର ଚୋରକୁ ଅଟକ ରଖିବା ସହିତ ଫୋନ ଛଡାଇନେଇଥିଲେ l ମାତ୍ର ଜବତ ଫୋନ କୁ ଚୋରିଟିମ ର ସହଯୋଗୀ ମାନେ ଯୋଗାଯୋଗ କରୁଥିବାର ଜଣାପଡିଥିଲା l ତଦନୁଯାୟୀ ଗାଁ ଲୋକେ ସହଯୋଗୀ ଙ୍କୁ ଆସିବାକୁ କହିଥିଲେ l ଚିରାଚରିତ ଭାବେ ମଟର ଖୋଲା ସରିଲା ପରେ ଅଟୋ ରେ ନେଇଯିବାକୁ ସହଯୋଗୀ ମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ l ପୂର୍ବ ପ୍ରସ୍ତୁତି ଅନୁଯାୟୀ ଗାଁ ଲୋକେ ଗାଡି ଚାଳକ ଓ ପୂର୍ବ ଦୁଇଜଣକୁ କାବୁ କରିବାକୁ ଚେଷ୍ଟା କରିବା ବେଳେ ଗ୍ରାମସ୍ଥ ଜଣେ ସହଯୋଗୀ ଚୋର ଖସି ଯାଇଛନ୍ତି l ସମ୍ପୃକ୍ତ ଗ୍ରାମରେ ଗୋଟିକ ପରେ ଗୋଟିଏ ମଟର ଚୋରୀକୁ ନେଇ ସନ୍ଦେହ ବଢୁଥିବା ବେଳେ ଗତକାଲିର ମଟର ଚୋରି ଗ୍ରାମବାସୀଙ୍କୁ ବେଶ ସଫଳତା ଦେଇଛି l

ପରବର୍ତ୍ତୀ ସମୟରେ ମହାକାଳପଡ଼ା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚିବା ପରେ ଗାଁ ଲୋକେ ତିନି ଜଣକୁ ପୋଲିସ କୁ ଜିମା ଦେଇଛନ୍ତି l ଉଲ୍ଲେଖ ଥାଉକି ମଟର ଚୋରୀରେ ଲିପ୍ତ ଥିବା ଅସାମାଜିକ ଯୁବକ ମାନେ ଶାସକ ଦଳର ବାହୁ ଛାୟାତଳେ ରହି ନିର୍ବିଘ୍ନରେ ଏଭଳି କାଣ୍ଡ ଭିଆଇ ଚାଲିଛନ୍ତି ବୋଲି ସ୍ଥାନୀୟ ଲୋକେ କୁହନ୍ତି l ତେବେ ଦେଖିବାକୁ ବାକି ରହିଲା ସ୍ରମ୍ପୃକ୍ତ ଚୋର ଗୋବରୀ ନଦୀ ଓ ସଂଯୁକ୍ତ ଜୋର ରୁ ଜଳସେଚନ ନିମନ୍ତେ ବସିଥିବା କେତେ ଗୋଟି ମଟର ଚୋରି କରିଛନ୍ତି ପୋଲିସ ତଦନ୍ତ ପରେ ଜଣାପଡିବ l

SBI AD