କେନ୍ଦ୍ରାପଡା,୨୭ /୧୨ : କେନ୍ଦ୍ରାପଡ଼ା ଜିଲ୍ଲା ସଦର କେନ୍ଦ୍ରାପଡ଼ା ବ୍ଲକର ଶ୍ୟାମସୁନ୍ଦରପୁର ପଞ୍ଚାୟତ ହାଲପୁର ଗ୍ରାମ ବେଉରା ସାହିରେ ୨ଟି ନଳକୂପ ଦୀର୍ଘ ଏକ ବର୍ଷ ହେଲାଣି ଅଚଳ ହୋଇ ପଡିଛି । ସେହି ନଳକୂପ ଉପରେ ନିର୍ଭର କରୁଥିବା ସାହିର ଷାଠିଏ ପରିବାର ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶ୍ୟାମସୁନ୍ଦରପୁର ଗ୍ରାମଞ୍ଚାୟତର ମହିଳା ସରପଞ୍ଚ ନାମକୁ ମାତ୍ର ସରପଞ୍ଚ, ତାଙ୍କର ସ୍ୱାମୀ ପଞ୍ଚାୟତ ଭଲ ମନ୍ଦ କଥା ବୁଝାସୁଝୀ କରୁଥିବାରୁ ନଳକୂପ ମରାମତି ହୋଇପାରୁନି ।ଜଳାଭାବରୁ ଷାଠିଏ ପରିବାରର ପାନୀୟ ଜଳ ପାଇଁ ଗାଡ଼ିଆ, ପୋଖରୀ ପାଣି ବ୍ୟବହାର କରୁଛନ୍ତି । ନଳକୂପ ସଜାଡ଼ିବାକୁ ପ୍ରଶାସନ ନିକଟରେ ବହୁବାର ଅଭିଯୋଗ କରିବା ପରେ ବି ସୁଫଳ ମିଳୁନି । ମାତ୍ର ମହିଳା ସରପଞ୍ଚଙ୍କ ପ୍ରତିନିଧି ଅଭିଯୋଗ କାରୀଙ୍କୁ ଆଜି କାଲି, ପାର୍ଟ ନାହିଁ, କରୋନା ସରିଲେ ବାଲେଶ୍ୱରରୁ ପାର୍ଟ ଆସିଲେ ସଜଡା ହେବ କହି ଦୀର୍ଘ ଆଠ ମାସ ହେଲା କହି ଚାଲିଛନ୍ତି । ଗାଁ ର ବୃଦ୍ଧ ବୃଦ୍ଧା, ପିଲାଛୁଆ ବୋହୁ ଭୂଆସୁଣୀ ମନେ ଗାଧେଇବା ପାଇଁ ଦୁରକୁ ଯିବାକୁ ପଡୁଛି । ପଂଚାୟତି ରାଜ ବ୍ୟବସ୍ଥା ସହିତ ପାନୀୟ ଜଳ ଭଳି ଜରୁରୀ ବିଭାଗ ମିଶ୍ରଣ ହେବା ପରଠୁ ଅନେକ ସ୍ଥାନରେ ପଂଚାୟତ କୁ ନିର୍ବାଚିତ ପ୍ରତିନିଧିଙ୍କ ମନମାନୀରେ ଚାଲିଛି ମରାମତି । ସମ୍ପୃକ୍ତ ଅଚଳ ୨ଟି ନଳକୂପକୁ ତ୍ୱରିତ ସଚଳ ପାଇଁ ସାଧାରଣରେ ଦାବିହେଉଛି ।