ମହାକାଳପଡ଼ା,୧୯/୦୯ : ସ୍ଥାନୀୟ ବ୍ଲକର ଡି. ଆର.ପି. ହାଇସ୍କୁଲ, ଜମ୍ବୁ ଖେଳ ପଡ଼ିଆରେ ଶୁକ୍ରବାର ଦିନ ବିଦ୍ୟାଳୟସ୍ତରରେ ବିର୍ସା ମୁଣ୍ଡା ଜୋନରେ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୁଶଦେବ ନାୟକଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ପ୍ରତିଯୋଗିତାରେ ଜୋନର ଷଷ୍ଠରୁ ଦଶମ ଶ୍ରେଣୀ ର ୨୦୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। କ୍ରୀଡ଼ା ଶିକ୍ଷକ ଦିଲ୍ଲୀପ କୁମାର ସାହୁ, ପୂର୍ଣ୍ଣଚନ୍ଦ୍ର ମହାରଣା, ଝାନ୍ସୀ ରାଣୀ ଦାସ, ସତ୍ୟବ୍ରତ ପୁହାଣ, ଅଚ୍ୟୁତ ବେଉରା ପ୍ରମୁଖ କ୍ରୀଡ଼ା ପରିଚାଳନା କରିଥିଲେ। ଷଷ୍ଠରୁ ଅଷ୍ଟମ ଓ ନବମ ଦଶମ ଛାତ୍ରଛାତ୍ରୀଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା। ଦୌଡ଼କୁଦ, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ସଟପୁଟ, ଡିସକସ, ଶଟଲ, କବାଡି, ଚେସ, କ୍ରିକେଟ, ବର୍ଚ୍ଛା ନିକ୍ଷେପଣ, ବ୍ୟାଡମିଣ୍ଟନ,ଖୋଖୋ ,ଭଲିବଲ ଭଳି କ୍ରୀଡ଼ା ପ୍ରତିଯୋଗିତା କରାଯାଇଥିଲା। । ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ମଣିଭୂଷଣ ଦାସ, ମୁଖ୍ୟବକ୍ତା ଭାବେ ଜମ୍ବୁ ଗ୍ରାମପଞ୍ଚାୟତର ସରପଞ୍ଚ ବିଶ୍ୱଜିତ ବସୁ , ସମ୍ମାନିତ ଅତିଥି ଭାବେ ନରେନ୍ଦ୍ର ନାଥ କ୍ଲଷ୍ଟରର ସି. ଆର. ସି. ସି ଶ ରବିଶଙ୍କର ବେରା,ବିମଳ କୁମାର ମଣ୍ଡଳ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି କାହ୍ନୁ ଚରଣ ଦାସ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଆଶୁତୋଷ ପ୍ରଧାନ, ଶ୍ରୀମତୀ ଅମିତା ମଣ୍ଡଳ ଆଦି ଶିକ୍ଷକ ଶିକ୍ଷୟତ୍ରୀମାନେ କ୍ରୀଡା ପରିଚାଳନାରେ ପୂର୍ଣ୍ଣ ସହଯୋଗ କରି ଉକ୍ତ କ୍ରୀଡା ପ୍ରତିଯୋଗିତାକୁ ସରସ ସୁନ୍ଦର କରିଥିଲେ l କୃତି ପ୍ରତିଯୋଗୀ ମାନେ ଆଗାମୀଦିନରେ ବ୍ଲକ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ବୋଲି ଜଣାପଡିଛି l