ଗତାନଈ ପ୍ରାଇମେରୀ ସ୍କୁଲକୁ ଅଧା ଲକ୍ଷର ମ୍ୟାଟେରିଆଲ ଯୋଗାଇ ୩ ଗୁଣାରୁ ଅଧିକ ବିଲକୁ ନେଇ ଅଭିଯୋଗ

ମହାକାଳପଡ଼ା,୦୧/୧୦ : ମହାକାଳପଡ଼ା ବ୍ଲକ ଟିକରପଙ୍ଗା ପଂଚାୟତର ଗତାନଈ ପ୍ରାଥମିକ ବିଦ୍ୟାଳୟ ସ୍ୱାଧୀନତାର ୪୬ବର୍ଷ ପୂର୍ବରୁ ଅବସ୍ଥlପନ ହୋଇଥିଲେ ଵି ଆଜି ସୁଦ୍ଧା ଅବହେଳିତ l ବିଦ୍ୟାଳୟ ମରାମତି ପାଇଁ ଫାଷ୍ଟ ଫେଜରେ ଗଣଶିକ୍ଷା ବିଭାଗୀୟ ଅନୁଦାନ ରାଶିରେ ମରାମତି କାର୍ଯ୍ୟ ତ୍ବରାନ୍ୱିତ ହେଉଥିଲା l ଏହି ସମୟରେ ବ୍ଲକ ତରଫରୁ ଏଫଡ଼ିଆର ପାଣ୍ଠିରୁ ମରାମତି ପାଇଁ ଅନୁଦାନ ରାଶି ମିଳିଥିଲା l ପଂଚାୟତ ଦାୟିତ୍ୱରେ ଥିବା ତତ୍କାଳୀନ ଯନ୍ତ୍ରୀଙ୍କ ନାମେ କାର୍ଯ୍ୟାଦେଶ ମିଳିବା ପରେ ଯନ୍ତ୍ରୀ ମହାଶୟ ସୁଯୋଗ ଉଣ୍ଡି ବିଲ କରିଥିଲେ l ପୁରୁଣା ମରାମତି ଅର୍ଥରେ ଯନ୍ତ୍ରୀଙ୍କ ତରଫରୁ କାର୍ଯ୍ୟ ନିର୍ବାହ କରୁଥିବା ବ୍ୟକ୍ତିଙ୍କୁ ହାତ କରି ପଂଚାୟତ ଦାୟିତ୍ୱ ନ୍ୟସ୍ତ ଯନ୍ତ୍ରୀ ମରାମତି ନକରି ୧୨ହଳ ଡେସ୍କବେଞ୍ଚ ଯୋଗାଇ ଦେଇ ବିଲ କରିଥିଲେ l

ଏପରିକି ଯୋଗାଇ ଦେଇଥିବା ମ୍ୟାଟେରିଆଲ ମୂଲ୍ୟ ଅଧାଲକ୍ଷ୍ ହୋଇଥିବା ବେଳେ ଯନ୍ତ୍ରୀ ନିଜ ହାତରେ ୧ ଲକ୍ଷ ୮୦ହଜାର ବିଲ କରିଥିଲେ l ଏପରିକି ରାଧେ ରାଧେ ତୁମରୁ ଅଧେକୁ ମୋର ଅଧେ ବାଣ୍ଟି ନେଇଥିଲେ l ପରବର୍ତ୍ତୀ ସମୟରେ ସ୍ଥାନୀୟ ଲୋକେ ଫଲସ ବିଲ ନେଇ ବର୍ତ୍ତମାନ କାର୍ଯ୍ୟରତ ବିଡ଼ିଓଙ୍କୁ ଅଭିଯୋଗ କରିଥିଲେ l ବିଡ଼ିଓ ମହୋଦୟ ତଦନ୍ତ ପାଇଁ ପତ୍ରାଙ୍କ ଜାରି କରିଥିଲେ ଵି ତଦନ୍ତର ପାଦ ଘୁଞ୍ଚି ଘୁଞ୍ଚି ଯାଉଛି l ଏନେଇ ଅଭିଯୋଗ କାରି ଓ ସ୍କୁଲ ପରିଚାଳନା କମିଟିର ସଭ୍ୟ /ସଭ୍ୟା ମରାମତି ନାଁ ରେ ଶିକ୍ଷାନୁଷ୍ଠାନ ପଇସା ଲୁଟର ସୁଚାରୁ ତଦନ୍ତ ପାଇଁ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି l ସେପଟେ ଯନ୍ତ୍ରୀ କୁହନ୍ତି ଯେ ଘର ଭିତରେ ମରାମତି ହୋଇଛି ଓ ଡେସ୍କ ବେଞ୍ଚ ପଡିବାରେ ଠିକ ଅଛି ବୋଲି କହନ୍ତି l ତେବେ ତଦନ୍ତ ହେଲେ ସଠିକ ତଥ୍ୟ ପଦାକୁ ଆସିବ ବୋଲି ବୁଦ୍ଧିଜୀବୀମାନେ କହନ୍ତି l