ଗୋବରି ନଦୀ ବଣବୁଦାରୁ ନବଜାତ ଶିଶୁକୁ ଉଦ୍ଧାର କଲା ଚାଇଲଡ ଲାଇନ

ମହାକାଳପଡ଼ା,୫ /୨: ଆଜି ପୂର୍ବାହ୍ନରେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଓରତ ପୋଲ ପାଖ ଗୋବରୀ ନଦୀ ବଣବୁଦାରୁ ପରିତ୍ୟକ୍ତ କନ୍ୟା ଶିଶୁଟିକୁ ମଇଁଷି ଜଗୁଆଳ ଉଦ୍ଧାର କରିଛି । ଶିଶୁଟିର କାନ୍ଦ ଶୁଣି ଉତ୍କଣ୍ଠାର ସହିତ ଜଗୁଆଳି ଜଣକ ଅନୁସନ୍ଧାନ କରି ବଣବୁଦାରୁ ଶିଶୁଟିକୁ ଉଦ୍ଧାର କରିଥିଲେ । ପରେ ଜଗୁଆଳି ଠାରୁ ଅଳାଇଲୋ ଗାଁର ଦୁଇ ପୁତ୍ରର ଜନକ ରମାକାନ୍ତ ସେଠି ପାଳିତ କନ୍ୟା ଉଦ୍ଦେଶ୍ୟରେ ଶିଶୁ କନ୍ୟାକୁ ଘରକୁ ନେବାରୁ ପରିବାର ଲୋକେ ଖୁସି ବ୍ୟକ୍ତ କରିଥିଲେ ।

ମାତ୍ର ପରିତ୍ୟକ୍ତ କନ୍ୟା ଶିଶୁ ଉଦ୍ଧାର ଖବର ପାଇ କେନ୍ଦ୍ରାପଡ଼ା ଜିଲ୍ଲା ଶିଶୁ ସୁରକ୍ଷା କମିଟି ମହାକାଳପଡ଼ା ପୋଲିସକୁ ସାଥିରେ ଧରି ରମାକାନ୍ତଙ୍କ ଘରୁ ଶିଶୁକୁ ଉଦ୍ଧାର କରିନେଇଛନ୍ତି । ଶିଶୁଟି କେଉଁ ଦମ୍ପତିଙ୍କର ଅବାଂଛିତ ଗର୍ଭ ନା ଅବୈଧ ମାତୃତ୍ୱର ସନ୍ତତି ଏ ନେଇ ସାଧାରଣରେ ଚର୍ଚ୍ଚା ହେଉଛି ।