ମହାକାଳପଡ଼ା,୨ /୩ : ବେଣାକନ୍ଦାରୁ ଭୁବନେଶ୍ବର ଯାଉଥିବା (OD-29E-9666) ନମ୍ବର ଗୌରୀଶଙ୍କର ପ୍ରିନ୍ସ ନାମକ ପାସେଞ୍ଜର ବସ କୁମାରୁଣୀ ଗ୍ରାମ ହନୁମାନ ଛକ ନିକଟରେ ବିଲକୁ ପଲଟି ପଡିଥିଲା । ବସ ମଧ୍ୟରେ ୪୦ ରୁ ଅଧିକ ଲୋକ ଥିଲେ । ଆଠଜଣ ଗୁରୁତର, ଗୁରୁତରଙ୍କୁ ୧୦୮ ଯୋଗେ ମହାକାଳପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି । ଘଟଣା ସ୍ଥଳରେ ମହାକାଳପଡା ପୋଲିସ ପହଁଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଛି । ବସଟି ପ୍ରତ୍ୟେକ ଦିନ ମହାକାଳପଡା ବ୍ଲକ ସୁନିତୀ ପଞ୍ଚାୟତର ବେଣାକନ୍ଦା ବଜାରରୁ ବାହାରି ଭୁବନେଶ୍ବର ଯାଇଥାଏ । ଆଜି ଭୋର ୪ ଟା ୪୫ ସମୟରେ କୁମାରୁଣୀ ହନୁମାନ ଛକ ନିକଟରେ ଭାରସ୍ୟାମ ହରାଇ ବିଲ ମଧ୍ୟକୁ ଖସିଯାଇଥିଲା । ବସରେ ସୁନିତୀ,ବହଢି, ବିଜୟନଗର, ଦେଉଳପଡା ଗ୍ରାମର ଯାତ୍ରୀ ମାନେ ଥିଲେ । କିଛି ଅଧିକ ଗୁରୁତର ଯାତ୍ରୀ କଟକ ମେଡିକାଲ ଯାଉଥିବା ଜଣାପଡିଛି l