ବେଆଇନ ବାଲି ଚାଲାଣ ପାଇଁ ୧୦ ହଜାର ଟଙ୍କା ଜୋରିମାନା କଲେ ତହସିଲଦାର

ମହାକାଳପଡ଼ା,୧୬ /୩: (କେଶବ ଚରଣ ନାଥ) – କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ତହସିଲଦାର ସୋଭାଗ୍ୟ ରଞ୍ଜନ ପଣ୍ଡା ମଙ୍ଗଳ ବାର ସନ୍ଧ୍ୟାରେ ବେଆଇନ ଭାବେ ବାଲି ନେଉଥିବା ଗାଡିକୁ ଅଟକାଇ ସରକାରଙ୍କ ମତେ ରୟାଲିଟି ଓ ପେନାଲିଟି ଆଦାୟ କରିଛନ୍ତି l OR-29-E1936ନମ୍ବର ଯୁକ୍ତ 407 ଗାଡି ବେଆଇନ ଭାବେ ମାର୍ଶାଘାଇ ଅଂଚଳରୁ ବାଲି ବୋଝେଇ କରି ବିଜୟନଗର ଅଭିମୁଖେ ଯିବା ବାଟରେ ତହସିଲଦାର ଶ୍ରୀଯୁକ୍ତ ପଣ୍ଡା ବେଆଇନ ବାଲି ଗାଡି ଅଟକାଇ ଜୋରିମାନାଓ ରୟାଲିଟି ବାବଦ ସମୁଦାୟ ୧୦ ହଜାର ଟଙ୍କା ରାଜସ୍ବ ଅସୁଲ କରିଛନ୍ତି l ୨୦୨୦ -୨୧ ଆର୍ଥୀକ ବର୍ଷ ଶେଷରେ ଅଫିସରେ ରାଜସ୍ବ ଅସୁଲରେ ବ୍ୟସ୍ତ ଥାଇ କାର୍ଯ୍ୟ ସତ୍ୱେ ରାଜସ୍ବ ବିଭାଗକୁ ଠକି ବେଆଇନ ବାଲି ଚାଲାଣ କରୁଥିବା ଗାଡ଼ିମାଲିକଙ୍କ ପ୍ରତି ତହସିଲଦାରଙ୍କ ଏତାଦୃଶ୍ୟ ପଦକ୍ଷେପକୁ ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଛନ୍ତି l