ମାର୍ଶଘାଇ ,୪ /୯ – (କେଶବ ଚରଣ ନାଥ ) : କେନ୍ଦ୍ରାପଡା ଜିଲ୍ଲା ମାର୍ଶଘାଇ ବ୍ଲକ ମାର୍ଶାଘାଇ ଗାଁ ର ବୃଦ୍ଧା ଚାରୁଲତା ପ୍ରଧାନଙ୍କୁ ଚାରିଦିନ ତଳେ ତାଙ୍କ ପୁଅ ସାଥିରେ ଆଣି ଘର ଢି଼ଅ ପାଖରେ ଛାଡି ଚାଲିଯାଇଥିଲେ । ବୃଦ୍ଧା ମା ପୁଅ ବୋହୁ ଓ ନାତି ନାତୁଣୀଙ୍କ ସହିତ ନିଜ ସ୍ୱାମୀଙ୍କ ଭିଟା ମାଟି ଛାଡି ଅନ୍ୟତ୍ର ରହୁଥିଲେ । କିନ୍ତୁ ଜନ୍ମିତ ପୁଅ ଉମାକାନ୍ତ ବୃଦ୍ଧାଙ୍କୁ ସାଥିରେ ଆଣି ବାପ ଅଜା ଢ଼ୀଅ ପାଖରେ ଏକା ଛାଡି ଦେଇଥିଲେ ।

ଚାରୁଲତା ଖୋଲା ଆକାଶ ତଳେ ଏକାକୀ ବସି ବିଳାପ କରୁଥିବା ବେଳେ ପଡୋଶୀଙ୍କ ନଜରକୁ ଆସିଥିଲେ । ପଡୋଶୀ ତାଙ୍କୁ ପଚାରି ପରିସ୍ଥିତି ବୁଝିବା ପରେ ପାଖରେ ରଖିଛନ୍ତି, ପୁଅ ପରିଣତ ବୟସରେ ବୃଦ୍ଧା ମା ର ହାତ ଛାଡି ଦେବା ପରେ ଏକାକୀ ଜୀବନ ପାଇଁ ସଂଗ୍ରାମ କରିବା ସମ୍ଭବ ନୁହେଁ । ସନ୍ତାନ ସନ୍ତତି ଥାଇ ବି ବର୍ତ୍ତମାନ ନିସ୍ଵ ହୋଇ ପଡ଼ିଥିବା ବୃଦ୍ଧାଙ୍କର ସାମାଜିକ, ଆର୍ଥୀକ, ଆଇନଗତ ସହାୟତା ଜରୁରୀ ହୋଇପଡିଛି ।