ବତୀଘର ସରଳୀକୁଦ ଅଂଚଳରୁ ୧୪୦ ଏକର ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କଲା ବନବିଭାଗ

ମହାକାଳପଡ଼ା,୧୭ /୩: (କେଶବ ଚରଣ ନାଥ) – କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା (ବନ୍ୟଜୀବ) ବନାଞ୍ଚଳ ଜମ୍ବୁ କାର୍ଯ୍ୟାଳୟ ଅଧିନସ୍ଥ ବତୀଘର ବନପାଳ କାର୍ଯ୍ୟାଳୟ ଅନ୍ତର୍ଗତ ସଂରକ୍ଷିତ ଜଙ୍ଗଲ ଅଂଚଳରେ ଶହ ଶହ ଏକର ଜମିରେ ବେଆଇନ ଚିଙ୍ଗୁଡ଼ି ଘେରି ବନ ବିଭାଗ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି l ଜଙ୍ଗଲ ଜମି ସୁରକ୍ଷା ନେଇ ରାଜସ୍ବବିଭାଗ ଓ ପୋଲିସ ପ୍ରଶାସନ ସହଯୋଗରେ ବନବିଭାଗ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ର ପ୍ରୟାସ ଜାରିରଖିଛି l

ଏନେଇ ବୁଧବାର ଦିନ ସହକାରୀ ବନ ସଂରକ୍ଷକ ଅଧୀର କୁମାର ବେହେରା, ମହାକାଳପଡ଼ା ବନାଞ୍ଚଳ ଅଧିକାରୀ ସାହାଜି ଚରଣ ବିଶ୍ୱାଳ, ବତୀଘର ବନପାଳ ସଞ୍ଜୟ କୁମାର ପ୍ରଧାନ,ବତୀଘର ଫରେଷ୍ଟ ଗାର୍ଡ ସତ୍ୟଜିତ ପାଣି ଓ ବିଭାଗୀୟ ଅନ୍ୟ ସହଯୋଗୀ କର୍ମଚାରୀ ବତୀଘର ଅଂଚଳ ସରଳୀକୁଦ ରେ ୧୪୦ ଏକର ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କରିଛନ୍ତି l ଉଚ୍ଛେଦ କାର୍ଯ୍ୟରେ ଜମ୍ବୁ ସାମୁଦ୍ରିକ ଥାନା ଅଧିକାରୀ ମହେଶ୍ୱର ସେଠି, ମହାକାଳପଡ଼ା ଅତିରିକ୍ତ ତହସିଲଦାର , ପ୍ରଶାସନିକ ମତେ ବନ ବିଭାଗ କୁ ଉଚ୍ଛେଦ କାର୍ଯ୍ୟରେ ସହଯୋଗ କରିଥିବାର ଜଣାପଡିଛି l