ମହାକାଳପଡ଼ା ପଂଚାୟତର ସରପଞ୍ଚ ଉପନିର୍ବାଚନ,ବିଜେପିରୁ ଜୀବନ ଜ୍ୟୋସ୍ନା, ବିଜେଡିରୁ ସୁଜାତା ଭରିବେ ନାମାଙ୍କନ ପତ୍ର

ମହାକାଳପଡ଼ା,୫ /୪: କେନ୍ଦ୍ରପଡ଼ା ଜିଲ୍ଳାର ଉପକୂଳ ବ୍ଲକ ମହାକାପଡ଼ାର ମହାକାଳପଡ଼ା ଗ୍ରାମ ପଂଚାୟତର ସରପଞ୍ଚ ୨୦୨୦ ଫେବୃୟାରୀରେ ଅନାସ୍ଥା ଭୋଟରେ ପରାଜିତ ହୋଇ ଗାଡିଚ୍ୟୁତ ହୋଇଥିଲେ l ସେହିଦିନଠାରୁ ନାଏବ ପଞ୍ଚ ଦାଇତ୍ୱ ତୁଲାଇ ଆସୁଥିବା ବେଳେ ପ୍ରଶାସନ ବର୍ଷକ ପରେ ସରପଞ୍ଚ ଉପନିର୍ବାଚନ ପାଇଁ ନିର୍ଦ୍ଦେଶ ନାମା ଜାରିକରିଛନ୍ତି l ତଦନୁଯାୟୀ ବ୍ଲକ ପ୍ରଶାସନ ସରପଞ୍ଚ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଉଭୟ ରାଜନୈତିକ ଦଳରେ ଚଞ୍ଚଳତା ଦେଖାଦେଇଛି l ମହାକାଳପଡ଼ା ବିଧାୟଜ ଅତନୁ ସବ୍ୟସାଚୀ ନାୟକ ସ୍ଥାନୀୟ ନେତୃସ୍ଥାନୀୟମାନଙ୍କ ସହିତ ଆଲୋଚନା କରି ସୁଜାତା ସମନ୍ତରାୟଙ୍କୁ ସରପଞ୍ଚ ପ୍ରାର୍ଥୀ ଭାବେ ଚୟନ କରିଛନ୍ତି l

ସେହିପରି ଭାରତୀୟ ଜନତା ପାର୍ଟିର ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ ନେତା ବିଜୟ କୁମାର ପ୍ରଧାନ ସ୍ଥାନୀୟ ଦଳୀୟ କର୍ମୀ ମାନଙ୍କ ସହିତ ଆଲୋଚନା ପର୍ଯ୍ୟାଲୋଚନା କରି ସର୍ବସମ୍ମତି କ୍ରମେ ଜୀବନ ଜ୍ୟୋସ୍ନା ଜେନାଙ୍କୁ ପ୍ରାର୍ଥୀ ଚୟନ କରିଛନ୍ତି l ବିଜ୍ଞପ୍ତି ଅନୁଯାୟୀ ସୋମବାର ଏପ୍ରିଲ ୫ ତାରିଖ ନାମାଙ୍କନର ଶେଷ ଦିବସ ହେତୁ ଉଭୟ ଦଳର ସରପଞ୍ଚ ପ୍ରାଥୀନି ଦଳୀୟ କର୍ମୀ ମାନଙ୍କ ସହିତ ଆସି ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ଜଣାପଡିଛି l