ସ୍ୱାସ୍ଥ୍ୟକେନ୍ଦ୍ର ଝରକା ତାଡି ଇନଭର୍ଟର ନେଇଗଲେ ଦୁବୁର୍ତ୍ତ

ମହାକାଳପଡ଼ା,୨୮ /୪ : କେନ୍ଦ୍ରାପଡା ଜିଲ୍ଲା ଅଧିନସ୍ଥ ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ବଡକୁଳ ପ୍ରାଥମିକ ସ୍ୱାସ୍ଥ୍ୟ ଜେନ୍ଦ୍ର (ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର) ର ପିଛା ଛାଡ଼ୁନି ଚୋରି l ନିଜସ୍ୱ ଗୃହ ନଥିବାରୁ ଶୁଭାରମ୍ଭ ଦିନ ଠାରୁ ବଡକୁଳ ଗାଁ ସ୍କୁଲରେ ମେଡିକାଲ ପରିଚାଳନା ହେଉଥିଲା l ମାତ୍ର ନିଜସ୍ୱ ଗୃହ କାର୍ଯ୍ୟ ଜାରି ରହିଥିବା ବେଳେ କିଛି ଯନ୍ତ୍ରାଂଶ ଚୋରି ଯାଇଥିଲା l ଥାନାରେ ଅଭିଯୋଗ ପରେ ତତକାଳୀନ ଥାନା ଅଧିକାରୀ ଅନୁସନ୍ଧାନ ଚଳାଇ ସ୍ଥାନୀୟ ଅଂଚଳର କିଛି ସଂଦେହୀ ଲୋକଙ୍କୁ ଥାନା କୁ ଡକାଇ ପଚରା ଉଚରା କରି ୪ ଦିନ ମଧ୍ୟରେ ଚୋରି ଯାଇଥିବା ଜିନିଷ ଜବତ କରିଥିଲେ l କିନ୍ତୁ ପରବର୍ତ୍ତୀ ସମୟରେ ନିର୍ଜନ ସ୍ଥାନରେ ନିର୍ମିତ ମେଡିକାଲ ନିଜସ୍ୱ ଗୃହରେ ଚାଲୁଥିବା ସ୍ଥଳେ ନିରାପତ୍ତା ଅଭାବରୁ ୨୬ /୦୬ /୨୦ ରେ ଦୁବୁର୍ତ୍ତ ମାନେ ଝରକା ଗ୍ରିଲ ତାଡି ଜେନେରେଟର, ଆକୁଆଗାର୍ଡ,ଇନଭର୍ଟର ବିପିମେସିନ ସମେତ ବହୁ ଜିନିଷ ଚୋରାଇନେଇଥିଲେ l କିନ୍ତୁ ଦ୍ୱିତୀୟ ଚୋରି ଘଟଣାରେ ଅଭିଯୋଗ ପରେ ମାର୍ଶାଘାଇ ପୋଲିସର ଶିଥିଳ ତଦନ୍ତ ପାଇଁ ଚୋରି ଘଟଣା ଅନୁସନ୍ଧାନର ଅଗ୍ରଗତି ହୋଇପାରିନଥିଲା l ଯାହା ନେଇ ଚୋର ତାଡି ବାହାରେ ଫୋପାଡ଼ି ଦେଇଥିବା ଝରକା ଗ୍ରିଲ ଥାନାରେ ମାସlଧିକ କlଳ ରହିବା ପରେ ମେଡିକାଲ ଫେରିଥିଲା l

ସ୍ଥାନୀୟ ଅଂଚଳର ଯଦୁପୁର, ଜୟଚନ୍ଦ୍ରପୁର, ଗଡ଼ରୋମିତ, ତେରଗାଁ, କରଞ୍ଜ ଓ ବଡକୁଳ ସମେତ ୬ ପଂଚାୟତର ଜନସାଧାରଣଙ୍କୁ ସେବା ଯୋଗାଇଆସୁଥିବା ମେଡିକାଲଟିରୁ ଏକାଧିକ ବାର ଚୋରି ନେଇ ସନ୍ଦେହ ଉପୁଜୁଛି l ସ୍ଥାନୀୟ ପୋଲିସର ଶିଥିଳତାର ସୁଯୋଗ ଉଣ୍ଡି ଦୁବୁର୍ତ୍ତମାନେ ସୋମବାର ରାତ୍ରିରେ ତୃତୀୟବାର ଝରକା ତାଡି ମେଡିକାଲରୁ ଇନଭର୍ଟର ଚୋରାଇନେଇଛନ୍ତି ବୋଲି ସ୍ଥାନୀୟ ଲୋକେ କୁହନ୍ତି l ଏନେଇ ପୁନଃ ମେଡିକାଲ କର୍ତ୍ତୃପକ୍ଷ ମଙ୍ଗଳବାର ଦିନ ଥାନାରେ ଅଭିଯୋଗ କରିଛନ୍ତି l ମେଡିକାଲର ନିରାପତ୍ତା ନେଇ ତୃତୀୟ ବାର ଚୋରି ପରେ ପଂଚାୟତର ସଭ୍ୟ ମହାକାଳପଡ଼ା ପଂଚାୟତ ସମିତି ବୈଠକରେ ଦାବି ଉଠାଇଥିଲେ l ମାତ୍ର ପ୍ରଶାସନ ଏଥି ପ୍ରତି ଧ୍ୟାନ ନଦେବାରୁ ଏକାଧିବାର ଚୋରି ହେଉଛି ବୋଲି ସଭ୍ୟ କହିଛନ୍ତି l ମୁଖ୍ୟତଃ ପୋଲିସ ଓ ସାଧାରଣ ପ୍ରଶାସନ ସଜାଗ ନହେଲେ ବଡକୁଳ ସ୍ୱାସ୍ଥ୍ୟ ଜେନ୍ଦ୍ର ଚୋରୀର ଅନ୍ତ ଘଟିବ ନାହିଁ ବୋଲି ସ୍ଥାନୀୟ ଜନସାଧାରଣ କୁହନ୍ତି l ମେଡ଼ିକାଲରେ ଚୋରି ପରେ ଚୋରି ଲାଗିରହିଥିବାରୁ ସମସ୍ତ ଯନ୍ତ୍ରାଂଶ ଚୋରି ଯିବା ପରେ ଅନ୍ୟତ୍ର ନୂଆ ଡାକ୍ତରଖାନା ଖୋଲିବା ଲକ୍ଷ୍ୟ ପୂରଣ ହେବ l ଏବେ ଦେଖିବାକୁ ବାକିରହିଲା ମାର୍ଶାଘାଇ ପୋଲିସ ପୂର୍ବଥର ଭଳି ଅନ୍ଧାରରେ ବlଡ଼ି ନ ବୁଲାଇ ତୃତୀୟ ଥରର ଚୋର ଓ ଚୋରି ସାମଗ୍ରୀ ଧରିବାରେ କେତେ ସକ୍ଷମ ହେଉଛି l