ରାମନଗର ଓ କଣ୍ଟାବଣ ନୂତନ ମଦ ଦୋକାନକୁ ବିରୋଧ କଲେ ମହିଳା

କେନ୍ଦ୍ରପଡ଼ା,୪/୫ : କେନ୍ଦ୍ରାପଡା ଜିଲ୍ଲାରେ ଅବକାରୀ ବିଭାଗ ତରଫରୁ ୧୭ ଗୋଟି ଦେଶୀ ଓ ୪୭ ଗୋଟି ବିଦେଶୀ ସମେତ ୬୬ ମଦ ଦୋକାନ ଖୋଲିବା ନେଇ ଅବକାରୀ ଵିଭlଗ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ପ୍ରଥମେ ଆବେଦନ ଏବଂ ପରେ ଅନୁମୋଦନ କାର୍ଯ୍ୟ ଶେଷ ହୋଇଥିଲା l ତଦନୁଯାୟୀ ଅନୁମୋଦିତ ଆବେଦନ କାରିମାନେ ଦୋକାନୀ ଖୋଲିବା କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି l ଏହିଭଳି ଭାବେ ପଟ୍ଟମୁଣ୍ଡାଇ ବ୍ଲକ କଣ୍ଟାବଣ ହାଟ ଓ ମହାକାଳପଡ଼ା ବ୍ଲକ ରାମନଗର ବଜାରରେ ନୂତନ ବିଦେଶୀ ମଦ ଦୋକାନ ଖୋଲିବାକୁ ମହିଳାମାନେ ବିରୋଧ କରିଛନ୍ତି l ଠିପି ବନ୍ଦ ବିଦେଶୀ ମଦ ଦୋକାନ ଖୋଲିବା ନେଇ ଦୋକାନୀ ପ୍ରସ୍ତାବିତ ସ୍ଥାନରେ ଦୋକାନ ଘର ଠିକ କରିବା ପରେ ଉଭୟ ସ୍ଥାନରେ ମହିଳା ମାନେ ତେଜି ଉଠିଛନ୍ତି l କଣ୍ଟାବଣରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଭ୍ୟାମାନେ କୋଭିଡ କଟକଣା ମାନି ସ୍ଥିରୀକୃତ ଠିପି ବନ୍ଦ ବିଦେଶୀ ମଦ ଦୋକାନ ଆଗରେ ଧାରଣାରେ ବସିଥିଲେ l ରାମ ମନ୍ଦିର, ଜନସେବା କେନ୍ଦ୍ର, ଡାକଘର ଓ ବ୍ୟାଙ୍କ ଆଦି ବିଭିନ୍ନ ଅନୁଷ୍ଠାନ ସ୍ଥଳୀରେ ମଦଦୋକାନ ଖୋଲିଲେ ସର୍ବ ସାଧାରଣକୁ ପ୍ରଭାବିତ କରିବାର ଆଶା ରଖି ପ୍ରତିବାଦ କରିଥିଲେ l ଏପରିକି ମଦ ଦୋକାନ ସ୍ଥାନାନ୍ତର ନହେଲେ ଧାରଣା ପ୍ରତ୍ୟାହୃତ ହେବ ନାହିଁ ବୋଲି କହନ୍ତି l

ସେହିପରି ରାମନଗର ରେ ସ୍ଥିରୀକୃତ ବିଦେଶୀ ମଦ ଦୋକାନ ପାଖ ରେ ସ୍କୁଲ, ଅଙ୍ଗନ ୱାଡି କେନ୍ଦ୍ର ଓ ହାଇସ୍କୁଲ ଅବସ୍ଥିତ ସ୍ଥଳୀରେ ମଦ ଦୋକାନ ଖୋଲିବା ଘଟଣାକୁ ସ୍ଥାନୀୟ ମହିଳା ହଜମ କରିପାରୁନାହାନ୍ତି l ମହିଳାମାନେ ପ୍ରତିବାଦ ସ୍ୱରୂପ ଜିଲ୍ଲାପାଳ ଅମ୍ରିତ ଋତୁରାଜନକୁ ଆବାସିକ କାର୍ଯ୍ୟାଳୟରେ ଭେଟି ଅଭିଯୋଗ କରିଛନ୍ତି l ମୁଖ୍ୟତଃ ମା ଭଉଣୀ ମାନଙ୍କ ଇଜ୍ଜତ, ମହତ ରଖିବା ଲକ୍ଷ୍ୟରେ ଦୋକାନ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦାବି କରନ୍ତି l ଏକପକ୍ଷରେ ସରକାର ମଦର ବହୁଳ ପ୍ରସାର ନେଇ ଅନୁମୋଦିତ ଦୋକାନ ଖୋଲି ବାକୁ ଦୋକାନୀମାନଙ୍କୁ ପରୋକ୍ଷରେ ସହଯୋଗ କରୁଛନ୍ତି l ସେପଟେ ଲକଡାଉନରେ ମଦର ଚଢ଼ା ଦର ଆଶା କରି ମଦ୍ୟ ସେବନ କାରିମାନେ ତରବରିଆ ଭାବେ ସଉଦା ପତ୍ର ଛାଡି ମଦ କିଣି ଗଛିତ ରଖିବାକୁ ଚାହାଁନ୍ତି l କେବେ ପ୍ରଶାସନ ମହିଳାମାନଙ୍କ ଅଭିଯୋଗର ଶୁଣାଳୀ କରୁଛି ତାହାହିଁ ସମୟ କହିବ ?

Comments are closed.